You are currently viewing ପାଣ୍ଡିଆ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗଦେଲେ ହର ଦମ୍ପତି ।
ପାଣ୍ଡିଆ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗଦେଲେ ହର ଦମ୍ପତି ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଠାରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଇଛନ୍ତି ହର ଦମ୍ପତି। କୋଦଳା ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ବୁଧବାର ସନ୍ଧ୍ୟାରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଶତାଧିକ ସମର୍ଥକ ବାଇଟ୍ ଶୋଭାଯାତ୍ରାରେ କୋଦଳା ଠାରୁ ବାହାରି ଏହି ମହାଯଜ୍ଞରେ ସାମିଲ ହୋଇଥିଲେ।
ଗତ ରବିବାର ଠାରୁ ଚାଲିଥିବା ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗୁରୁବାର ସମାପ୍ତି ହେବାକୁ ଯାଉଛି। ଏହି ଅବସରରେ ନାମଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ତଥା ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଛି। ଏଥିରେ ବହୁ ପଣ୍ଡିତ ମାନେ ଜଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପାଣ୍ଡିଆ ଗ୍ରାମବାସୀଙ୍କ ଉଦ୍ଯମ ତଥା ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଗହଳି ପରିଲକ୍ଷିତ ହେଉଛି। ଶ୍ରୀ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଉସ୍ଛବର କମିଟି ସଦସ୍ୟ ମାନେ ପାଛୋଟି ନେଇଥିଲେ। ଏହି ଅବସରରେ ଶ୍ରୀ ସାହୁ ମନ୍ଦିର କମିଟିକୁ ଆର୍ଥିକ ସହଯୋଗ କରିଥିବା ମଧ୍ୟ ସୂଚନା ମିଳିଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।