ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ 3ଦିନ ବ୍ୟାପି ହବାକୁ ଥିବା ବାର୍ଷିକ ଉତ୍ସବ ର ଉଦଘାଟନୀ ଶନିବାର ଅନୁଷ୍ଠିତ ହୋଇଯାଇଛି. ପ୍ରଥମ ଦିନ ସାଇ ବାବା ଙ୍କ ର ଏକ ବିଶାଳ ଶୋଭାଯାତ୍ରା ସୌଦାମିନୀ ସ୍କୁଲ ଠାରୁ ବାହାରି ଶ୍ରୀରାମ ମଣ୍ଡପ ଅଭିମୁଖେ ଯାଇଥିଲା. ପ୍ରଥମେ ଶିରିଡି ର ପୂଜକ ସାଇ ବାବା ଙ୍କର ପୂଜା ଓ ଆରତୀ କରି ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ. ଉକ୍ତ ଶୋଭାଯାତ୍ରା ରେ ପୁରୀ ର ଘଣ୍ଟୁଆ ମାନଙ୍କର ସୁନ୍ଦର ଘଣ୍ଟ ଧ୍ବନି ଶୁଣିବାକୁ ମିଳିଥିଲା ତା ସହିତ କଟକ ର ପ୍ରସିଦ୍ଧ ସିଂଘ ବାଜା ଦଳ ଯୋଗ ଦାନ ଦେଇଥିଲେ. ତା ସହିତ ଲଉଡ଼ିଆ ମାନେ ଲଉଡ଼ି ବାଡ଼ି ଖେଳ କରି ବିମାନ ଯୋଗେ ସାଇ ବାବା ଙ୍କ ର ମୂର୍ତ୍ତି କୁ ସୁନ୍ଦର ଭାବରେ ଶୋଭାଯାତ୍ରା ରେ ବଜାର ପରିକ୍ରମା କରିଥିଲେ.ଶିରିଡି ସାଇ ବାବା ଙ୍କ ର ବିମାନ, ପାଦୁକା ମୁଖ୍ୟ ଆକର୍ଷଣ ଥିଲା. ଏଥିରେ ଶହ ଶହ ଭକ୍ତ ମାନେ ଯୋଗ ଦାନ କରି ସାଇ ବାବା ଙ୍କ ଜୟ ଜୟ ଧ୍ବନି ରେ ଢେଙ୍କାନାଳ ମାଟି ପ୍ରକମ୍ପିତ ହୋଇଥିଲା.ଶେଷରେ ସମସ୍ତ ଭକ୍ତ ଶ୍ରୀରାମ ମଣ୍ଡପ ରେ ପଂହଁଚି ବା ପରେ ସେଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା. ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ଵେବସ୍ତା ହୋଇଥିଲା.

ରବିବାର ସାଇ ସତ୍ୟ ନାରାୟଣ ବ୍ରତ ପୂଜା ଓ ସୋମବାର ଏକ ଦିବାସୀୟ ସାଇ ସତଚରିତ ପାରାୟଣ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ର ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି
