,ସୋରଡ଼ା ୦୫/୧୧/୨୦୨୫(ଲିଟୁ କୁମାର ବିଷୋୟୀ) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶା ସଂସ୍କୃତି ଓ ପ୍ରାଚୀନ ଐତିହାସିକ ସମ୍ପର୍କକୁ ନେଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ସୋରଡ଼ା ଅଞ୍ଚଳ ରେ ଅତୀତର ସେହି ସ୍ମୃତିକୁ ସ୍ମରଣ କରିବା ଉଦେଶ୍ୟ ରେ ପୁଅ, ବୋହୁ ଓ ଝିଅ ମାନେ ଆଜି ଭୋର ସମୟରେ ସ୍ନାନ ସାରି ପୁଣ୍ୟତୟା ଋଷିକୁଲ୍ୟା, ଜରାଉ , ପଦ୍ମା, ପାତମ, ବାଂଥୁଳି ଆଦି ନଦୀ ସହ ପୋଖରୀ ନାଳରେ କଦଳୀ ବାସୁଙ୍ଗା, ସୋଲ ଓ କାଗଜ ଦ୍ୱାରା ପ୍ରସ୍ତୁତ ଡ଼ଙ୍ଗା ରେ ଗୁଆ ,ପାନ ,ଅରୁଆ ଚାଉଳ ,ଦୁବ, ବରକୋଳି ପତ୍ର, ଧୂପ ଦୀପ ଆଦି ଦେଇ ଡ଼ଙ୍ଗା ଭସାଇଥିଲେ |ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପରମ୍ପରାକୁ ପାଳନ କରିଥିଲେ। ଡଙ୍ଗା ଭସେଇବା ବେଳେ ‘ଆ କା ମା ବୈ, ପାନ ଗୁଆ ଥୋଇ, ତୋ ପାନ ଗୁଆ ତୋର, ମାସକ ଧରମ ମୋର’ ଗାନ କରିଥିଲେ |ଆଜି ସକାଳେ ଗଞ୍ଜାମ ସୋରଡ଼ା ପଞ୍ଚାନନ ମନ୍ଦିର ସମେତ ବୃଦ୍ଧଲିଙ୍ଗେଶ୍ୱର, ଚନ୍ଦ୍ରକଳ୍ପେଶ୍ୱର,ବାଲୁଙ୍କେଶ୍ୱର, ଗୁପ୍ତେଶ୍ୱର,ଖୁଣ୍ଟେଶ୍ୱରୀ ଓ ଜଗନ୍ନାଥ ଆଦି ମନ୍ଦିର କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l
