(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ପୋଲିସ ପକ୍ଷରୁ ଗାଇଡଲାଇନ ଜାରି
କୋଦଳା (୨୮/୦୩ /୨୦୨୩)
କୋଦଳାରେ ବିଶ୍ବ ଶାନ୍ତି ମହାଯଜ୍ଞ ପାଇଁ ସ୍ଥାନୀୟ ପୋଲିସ ପ HBକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶାନ୍ତି ଶୃଙ୍ଖଳା ଓ ଭିଡ କୁ ଦୃଷ୍ଟିରେ ରଖି କୋଦଳା ଥାନା ପକ୍ଷରୁ ସୁରକ୍ଷା ସମ୍ବନ୍ଧୀୟ ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇଛି। ମନ୍ଦିର ବାହାରେ ଓ ଭିତରେ ୮ ଗୋଟି ସିସିଟିଭି କ୍ୟାମେରା ଲଗା ଯାଇଛି। ମୀନା ବଜାର ସ୍ଥାନରେ ମଧ୍ୟ ଭିଡ଼ କୁ ଦୃଷ୍ଟିରେ ରଖି ୮ ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ସୂଚନା ମିଳିଛି। ୧୧ ଦିନ ଧରି ଚାଲିବାକୁ ଥିବା ଏହି ବିଶ୍ବ ଶାନ୍ତି ମହାଯଜ୍ଞ ପାଇଁ ପଡିଆ ମଝିରେ ପୋଲିସ କଣ୍ଟ୍ରୋଲ ରୁମ୍ କରାଯିବା ସହ ସୂଚନା ଦେବା ପାଇଁ ମାଇକ୍ ବନ୍ଦବୋସ୍ତ ହୋଇଛି। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ଖଲ୍ଲିକୋଟ ରୋଡ୍ ଦିଗାପଡା ରାସ୍ତା ଓ ଫାଶି ରାସ୍ତାରେ ପାର୍କିଂ ସ୍ଥାନ କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ଆର୍ମି ପୋଲିସ, ଚୋର, ତସ୍କର,ମହିଳା ମାନଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ନିମନ୍ତେ ସାଧା ପୋଷାକ ଧାରି ପୋଲିସ ମୁତୟନ ରହିବେ। ମହାଜଜ୍ଞକୁ ପରିଚାଳନାରେ ସହଯୋଗ କରିବା ପାଇଁ ଏନ୍ ସି ସି, ସ୍କାଉଟ୍ ଓ ଗାଇଡ୍ ର ସହଯୋଗ ଲୋଡ଼ା ଯାଇଛି। ଅପରାହ୍ନ ୪ ଟାରୁ ରାତି ମଧ୍ୟ ରାତି ପର୍ଯ୍ୟନ୍ତ ଦଣ୍ଡିଶ୍ୱର ରାସ୍ତାରେ କୌଣସି ଯାନବାହନ ଚାଲିବାକୁ ନିଷିଦ୍ଧ କରାଯାଇଛି। ମଦ୍ୟପ ବ୍ଯକ୍ତି ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା କୁ ସ୍ଥିର ହୋଇଥିବା ବେଳେ ଯାତ୍ରା ପଡିଆକୁ ପଲିଥିନ୍ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଅପେରାର ଅଶ୍ଲିଳ ନାଚଗୀତ ଉପରେ ମଧ୍ଯ ରୋକ୍ ଲଗାଯାଇଥିବା ସୂଚନା ମିଳିଛି। ପୋଲିସ କୁ ସହଯୋଗ କରିବା ସହ ସହଯୋଗ କରିବାକୁ ଅପିଲ୍ କରିଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ।
