You are currently viewing ବେଦାନ୍ତ ବିଜ୍ଞାନ ଗୁରୁକୁଳମର ଦଶମ ବାର୍ଷିକ ଉତ୍ସବ ଆୟୋଜିତ
ବେଦାନ୍ତ ବିଜ୍ଞାନ ଗୁରୁକୁଳମର ଦଶମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର:ସ୍ଥାନୀୟ ଶିଶୁପାଳଗଡ଼ ସ୍ଥିତ ଗୁରୁକୁଳମରେ ପ୍ରତି ବର୍ଷ ପରି ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଶହ ଶହ ଶ୍ରଦ୍ଧାଳୁ ତଥା ଉପନିଷେଦ ବେଦାନ୍ତ,ଉପନିଷେଦ, ପ୍ରକରଣ, ଯୋଗ ପ୍ରାଣାୟାମ ଆଦି ଅଧ୍ୟୟନ କରୁଥିବା ଶିଷ୍ଯ/ଶିଷ୍ଯା ମାନଙ୍କର ବୌଦ୍ଧିକ ତତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ସଦା ସର୍ବଦା ଉଦ୍ୟମ କରି ଆସିଛି। ଏହି ବର୍ଷିକ ଉତ୍ସବରେ ଅନୁଷ୍ଠାନର ସଭାପତି ସ୍ୱାମୀ ଭାଦବତାନନ୍ଦ ସରସ୍ବତୀ ଙ୍କ ସମେତ ମୁଖ୍ୟ ଅତିଥି ଭାବେ ପ୍ରାଣସ୍ୱରୂପାନନ୍ଦ ସରସ୍ବତୀ ଯୋଗ ଦେଇ ସନାତନ ଧର୍ମ ଏକ ବିଷମ ପରିସ୍ଥିତି କୁ ସାମ୍ନା କରୁଥିବା କଥା କହିଥିଲେ ସେ ତାଙ୍କ ବକ୍ତ୍ୟବରେ କନ୍ୟା ଭୃଣ ହତ୍ୟା ରୋକିବା ଉପରେ ପରାମର୍ଶ ମାନ ଦେଇଥିଲେ।କନ୍ୟା ଭୃଣ ସୁରକ୍ଷା ହିଁ ସନାତନ ସଂସୃତି ର ସୁରକ୍ଷା ବୋଲି ଅଭିହିତ କରିଥିଲେ ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ୱାମୀ ବ୍ରହ୍ମସୁରୂପାନନ୍ଦ ପୁରୀ ଯୋଗ ଦେଇ ମନୁଷ୍ୟ ସୁଖ ପଛରେ ଗୋଡ଼ାଇ ଆଧ୍ୟାତ୍ମିକତା ଠାରୁ ଦୁରେଇ ଯାଉଥିବା କଥା ଅତି କ୍ଷୋଭ ଭରା କଣ୍ଠ ରେ କହିଥିଲେ ଗୋହତ୍ୟା,

ଧର୍ମାନ୍ତୀକରଣ, କନ୍ୟା ଭ୍ରୁଣ ହତ୍ୟା ଆଦି ବିଷୟକୁ ନେଇ ସାଧୁ ଗଭୀର ଉତବେଗ ପ୍ରକାଶ କରିଥିଲେ
କାର୍ଯ୍ୟକ୍ରମରେ ପୌରହିତ୍ଯ କରୁଥିବା ସଭାପତି ସ୍ୱାମୀ ଭାଗବତାନନ୍ଦ ସରସ୍ବତୀ ଅବସର ପରେ ମନୁଷ୍ୟ ତାର ପ୍ରତିଟି ସମୟକୁ ସମାଜ କଲ୍ୟାଣ ପାଇଁ ଉତ୍ସର୍ଗ କରିବା ଉଚିତ ବୋଲି ମତ ପ୍ରକାଶ କରିବା ସହ ଏକ ସୁସ୍ଥ ସନାତନ ସମାଜ ଗଠନ ରେ ଗୁରୁକୁଳ ମାନଙ୍କର ଭୂମିକା ସର୍ବଦା ଆଗରେ ରହିଥିବା କଥା କହିଥିଲେ।
ଅନ୍ଯ ମାନଙ୍କ ମଧରେ ସମାଜସେବୀ ଶ୍ରୀ ସୁରେଶ ମିଶ୍ର ବାର୍ଷିକ ବିବରଣୀ ପାଠ ସହ ବ୍ଯକ୍ତି ତଥା ପରିବାର ମାନଙ୍କର ଆଧ୍ଯାତ୍ମିକ ଉନ୍ନତି କିପରି ହେବ ବକ୍ତବ୍ଯ ରଖିଥିଲେ। ସମାଜସେବୀ ଶ୍ରୀମତୀ ସରୋଜିନୀ ପରମଗୁରୁ ନବଗଠିତ ମହିଳା ବାହିନୀର ଦାଇତ୍ୱ ନେବା ସହ କିପରି ମହିଳା ତଥା କନ୍ଯା ମାନଙ୍କର କଲ୍ଯାଣ ପାଇଁ କାର୍ଯ କରାଯିବ ଆଲୋକପାତ କରିଥିଲେ। ଶେଷରେ ଶ୍ରୀ ବାମଦେବ ଦାଶ ଧନ୍ଯବାଦ ଅର୍ପଣ କରିଥିଲେ