ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତ ରେ ଥିବା ଶାରଦା ବିଦ୍ୟା ପୀଠ ରେ ଛାତ୍ର ଛାତ୍ରୀଙ୍କୁ ନେଇ ଜନ୍ମାଷ୍ଟମୀ ରାତ୍ରରେ ପ୍ରଭୁଙ୍କ ପୁଜା ସହ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ର ପରିଚାଳନା ଅଧକ୍ଷ କାମଳ କାନ୍ତ ମହାପାତ୍ର ଙ୍କ ତତ୍ୱା ବଧାନ ରେ ଅନୁଷ୍ଠିତ ହୋଈ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭୀମପୁର ପଞ୍ଚାୟତ ର ମହିଳା ସରପଞ୍ଚ ମାମାଲି ଦାସ ଓ ଅନୁଷ୍ଠାନ ର ସଭାପତି ନୀଳକଣ୍ଠ ମହାପାତ୍ର ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଭୀମପୁର ସଂସ୍କୃତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ପଣ୍ଡିତ ଲଡ଼ୁ କିଶୋର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ର ସମିତି ସଭ୍ୟ ଜଗନ୍ନାଥ ପାତ୍ର, ଆଇନ ଯିବି ମନୋଜ କୁମାର ପଟନାୟକ, ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ଓ ଅନ୍ୟ ଦୁଈ ସାମ୍ବାଦିକ ଭାସ୍କର ବେହେରା, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଙ୍କ ସହିତ ପଞ୍ଚାୟତ ର ୱାର୍ଡ ମେମ୍ବର ଚନ୍ଦନ ଦାମଲ ମଞ୍ଚାସିନ ଥିଲେ | ଅନୁଷ୍ଠାନ ର ଅଧକ୍ଷ କମଳ ଲୋଚନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରି ସାରିଲା ପରେ ସଭାକାର୍ଯ୍ୟ ଆରମ୍ଭ ହୋଈ ଥିଲା | ମୁଖ୍ୟ ଅତିଥି ତଥା ମହିଳା ସରପଞ୍ଚ ମାମାଲି ଦାସ ଏହିଅନୁଷ୍ଠାନ ଛୋଟ, ଛୋଟ ପିଲାଙ୍କୁ ନେଇ ଆଜିର ଏହି ଜନ୍ମାଷ୍ଟମୀ ରେ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥିବାରୁ ଅନୁଷ୍ଠାନ ର ଅଧକ୍ଷ ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ଆଜିର ଛାତ୍ର, ଛାତ୍ରୀ କାଲିର ଭବିଷ୍ୟତ ବୋଲି ମତ ଦେଇଥିଲେ ସଭାପତି ନୀଳକଣ୍ଠ ମହାପାତ୍ର ମଧ୍ୟ ଦୀର୍ଘ ବର୍ଷ ହେଲା 300ରୁ ଉର୍ଦ୍ଧ ଛାତ୍ର, ଛାତ୍ରୀ ଙ୍କୁ ନେଇ ଅନୁଷ୍ଠାନ ସମସ୍ତଙ୍କ ସହଯୋଗ ରେ ଚାଲି ଆସିଥିବାରୁ ସବୁ ଅଭିଭାବକ ଓ 20 ଜଣ ଗୁରୁଜୀ ଗୁରୁମାଙ୍କ ଏବଂ ଅନୁଷ୍ଠାନ ର କର୍ମଚାରୀଙ୍କୁ ସାଧୁବାଦ ଜଣାଇ ଥିଲେ | ମୁଖ୍ୟ ବକ୍ତା ତଥା ପୂର୍ବତନ ପ୍ରଧାନ ପଣ୍ଡିତ ଲଡ଼ୁ କିଶୋର ସାହୁ ଏହି ଅନୁଷ୍ଠାନ ଏଠାରେ ଗଢ଼ି ଉଠିଥିବାରୁ ବହୁ ଛାତ୍ର, ଛାତ୍ରୀ ଶିକ୍ଷା ଲାଭ କରିଥିବା ସହିତ ବଡ଼ ହୋଈ ଦେଶମାତୃକାର ନାମ ରକ୍ଷା କରିବେ ବୋଲି କହିଥିଲେ | ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଛୋଟ, ଛୋଟ ପିଲାଙ୍କ ନୃତ୍ୟ ସହିତ ଶିକ୍ଷା ପାଇଁ ତିନିଗୋଟି ଜିନିଷଦରକାର ତାହା ହେଉଛି ଛାତ୍ରଙ୍କ ଆଗ୍ରହ, ଶିକ୍ଷକ ଙ୍କ ଉଚ୍ଚାହ, ଓ ଗ୍ରନ୍ଥ ର ସଦ ବ୍ୟବହାର କଲେ ନିଶ୍ଚିତ ଛାତ୍ର, ଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଅର୍ଜନ କରି ସ୍ୱାବଲମ୍ବ ଶିଳ ହୋଈ ପାରିବେ କହିଥିଲେ |

ଆଜିର ଏହି ମନୋରଞ୍ଜନ ଉତ୍ସବ ରେ ମୋଟ 40 ଗୋଟି ଛୋଟ, ବଡ଼ ଛାତ୍ର, ଛାତ୍ରୀ ଙ୍କ ନୃତ୍ୟ ଉପସ୍ଥିତ ଅଭିଭାବକ, ଏବଂ ମଞ୍ଚାସିନ ଅତିଥି ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା ଓ ସମସ୍ତେ ତାଙ୍କର ନୃତ୍ୟ ରେ ଆତ୍ମ ବିଭୋର ହୋଈ ଯାଇଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ 20 ଜଣ ଗୁରୁଜୀ, ଗୁରୁମା ଙ୍କ ସହିତ ଅନ୍ୟ କର୍ମଚାରୀ, ଗ୍ରାମବାସୀ, ଓ ଯୁବକ ମାନେ ସହଯୋଗ କରିଥିଲେ | ଏବଂ ଶେଷରେ ଅର୍ଣ୍ଣ ପ୍ରସାଦ ସେବନ କରି ଘରକୁ ପ୍ରତ୍ୟା ବର୍ତ୍ତନ କରି ଥିଲେ |
