ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ୍ୟ ଶେରଗଡ଼ ବ୍ଲକ ତରଫରୁ ପିତଳ ପଞ୍ଚାୟତ ଠାରେ ଚାଷୀ ମାନଙ୍କୁ ନେଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଛି l ଏହି ଦିନରେ ଯେକୌଣସି କାର୍ଯ୍ୟ ଆରମ୍ଭ କଲେ ବହୁତ ଶୁଭ ହୋଇଥାଏ l ତେଣୁ ଏହି ପର୍ବକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ରୂପେ ପାଳନ କରାଜାଇଥାଏ l ପଣ୍ଡିତ ବ୍ରାହ୍ମଣଙ୍କ ଦ୍ୱାରା ରୀତିନୀତି ଅନୁଯାଇ ହଳ ବଳଦ ଓ ଭୂମିପୂଜା କାର୍ଯ୍ୟ କରି ବିଜେଡ଼ି ଯୁବ ସଭାପତି ସନ୍ତୋସ ପଟ୍ଟନାୟକଙ୍କ ଦ୍ୱାରା ଧାନ ବୁଣା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଶତାଧିକ କୃଷକ ବନ୍ଧୁଙ୍କ ସହ ମହିଳା ମା ମାନେ ଏକତ୍ରିତ ହୋଇ ହଳିଆ ଗୀତ ଓ ହୁଳହୁଳି ଦେଇ ଉତ୍ସବକୁ ମୁଖରିତ କରିଥିଲେ l ବିହନ ବୁଣା କାର୍ଯ୍ୟ ସାରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ କୃଷି ବିଭାଗ କର୍ମଚାରୀ ମାନଙ୍କ ସହ ବିଜୁଜନତା ଦଳର ନେତୃତ୍ୱ ମଣ୍ଡଳୀ ସରକାରଙ୍କ କୃଷିଭିତ୍ତିକ ସମସ୍ତ ଯୋଜନା ଉପରେ କୃଷକ ଭାଇ ମାନଙ୍କୁ ଅବଗତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଲକ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର ସହକାରୀ କୃଷି ଅଧିକାରୀ ସୁବ୍ରତ କୁମାର ବାରିକ, ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ୫୮ନଂ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ବରୁଣ କୁମାର ପୋଲାଈ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବହୁ ସଂଖ୍ୟାରେ ବିଜୁ ପ୍ରେମୀ ଯୋଗଦେଇଥିଲେ l
