କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ଗ୍ରାମ ରେ ବିଜେ ଅଧିଷ୍ଠାତ୍ରୀ ଦେବି ମାଆ ଶ୍ୟାମା ଦଣ୍ଡକାଳୀ ଙ୍କ ଅଖଣ୍ଡ ନିତ୍ୟ ଅନ୍ନ ଭୋଗ ପାଇଁ ଆଜୀବନ ସଦସ୍ୟ ଙ୍କ ତାରିଖ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମାଆ କାଳୀ ଙ୍କୁ ଗ୍ରାମ ଭ୍ରମଣ କରାଗଲା lଭକ୍ତ ଙ୍କ ଗହଣ ରେ ଆଜୀବନ ସଦସ୍ୟ ଙ୍କ ତାରିଖ ଘୋଷଣା କରାଗଲା l କାର୍ତ୍ତିକ ମାସ ଦୀପାବଳି ଓ କାଳୀପୂଜା ଠାରୁ ଅନ୍ନ ଭୋଗ ଶୁଭାରମ୍ଭ କରାଗଲା l ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ଭକ୍ତମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଭାପତି ହାଡୁବନ୍ଧୁ ମହାରଣା, ସମ୍ପାଦକ ରମେଶ ଚନ୍ଦ୍ର ଗୌଡ଼, ଟ୍ରଷ୍ଟି ଯଟେଶ୍ୱର ଦାଶ, କୋଷାଧକ୍ଷ ଅମର ଜେନା, ସାମ୍ବାଦିକ କୃଷ୍ଣ ଚନ୍ଦ୍ର ପୋଲାଈ, କଞ୍ଚଣା ସରପଞ୍ଚ ରାଜେଶ୍ୱରୀ ଘୋଷ, ଦେବି ପ୍ରସାଦ ବେହେରା,, ପ୍ରମୋଦ କୁମାର ପାଣିଗ୍ରାହୀ,ମନ୍ଦିର ପରିଚାଳନା ସଦସ୍ୟ ଉପସ୍ଥିତ ଥିଲେ l ଗ୍ରାମବାସୀ ପରିଚାଳନା କରିଥିଲ l ନିକଟସ୍ଥ ଗ୍ରାମ ରୁ ଅନେକ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ
