You are currently viewing ମାଁ ଙ୍କ ଠାକୁରାଣୀ ଯାତ୍ରାବିରାଟ ପଟୁଆରରେ ନଗର ପରିକ୍ରମା
ମାଁ ଙ୍କ ଠାକୁରାଣୀ ଯାତ୍ରାବିରାଟ ପଟୁଆରରେ ନଗର ପରିକ୍ରମା

ସାନଖେମୁଣ୍ଡି ୨୭/୫( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପାଟପୁର ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ମାଁ ବୁଢ଼ୀ ଠାକୁରାଣୀ ଗ୍ରାମଦେବତୀ ଙ୍କ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ସେବାୟତଙ୍କ ଦ୍ବାରା ସକାଳୁ ଅସ୍ଥାୟୀ ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିସହ ସନ୍ଧ୍ୟାରେ ବିରାଟ ପଟୁଆର ସହକାରେ ମାଁ ଙ୍କ ଘଟ ପରିକ୍ରମା ଆୟୋଜିତ ହୋଇଥିଲା ।

ମାଁ ଙ୍କ ଯାତ୍ରା ପୀଠ ଜନ ସମାଗମ ଦେଖିବାକୁ ମିଳିଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ହୁଳହୁଳି ନାଦରେ ସମଗ୍ର ପାଟପୁର ଗ୍ରାମ ପ୍ରକମ୍ପିତ ହେଉଥିଲା । ମାଁ ଙ୍କ ଯାତ୍ରାକୁ ନେଇ ଗ୍ରାମବାସୀ ଓ ଆଖପାଖ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ମାଁ ଙ୍କ ଦର୍ଶନ ଏବଂ ଭିଡ଼କୁ ନିୟନ୍ତ୍ରିତ କରିବା ନିମନ୍ତେ ଯାତ୍ରା କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ଯୋଗୁଁ ସ୍ୱେଚ୍ଛା ସେବୀ ଗ୍ରାମ୍ୟ କମିଟି ପାଣି,ସର୍ବତ ହାଲୁଆ ବଣ୍ଟନ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।ପ୍ରଥମ ଦିନରେ ମାଁ ଗାନ୍ଧୀଛକ ମହା ଆଡମ୍ବରରେ ପଟୁଆର ରେ ସାହି ସାହି ପରିକ୍ରମା କରିଥିବା ବେଳେ ଦ୍ବିତୀୟ ଦିନରେ ମାଁ ଙ୍କ ପୀଠରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ପୁରୋହିତ ଚନ୍ଦନ ଶତପଥୀଙ୍କ ପୂଜାର୍ଚ୍ଚନାରେ କର୍ତ୍ତା ରୂପେ ପଦ୍ମଲୋଚନ ପାଣିଗ୍ରାହୀ ଓ ପ୍ରଭାସିନୀ ପାଣିଗ୍ରାହୀ ଅଂଶଗ୍ରହଣ କରିଥିଲେ । ଏହାପରେ ମାଁ ସମଗ୍ର ଗ୍ରାମ ନଗର ପରିକ୍ରମା କରିଥିଲେ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ,ମହାଭାରତ,ମେଲୋଡି,ପ୍ରହଲ୍ଲାଦନାଟକ ,ଭାରତାଲିଳା ,ବିଭିନ୍ନ ନାଚ ଗୀତସାଙ୍ଗକୁ ମିନା ବଜାର ଓ କଳାକୁଞ୍ଜ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ବେଶ୍ ଆନନ୍ଦିତ କରୁଥିବା ବେଳେ ଢେଙ୍କାନାଳର ଶିଙ୍ଗ ବାଜା ଓ ସମ୍ବଲପୁରୀ ଦୁଲଦୁଲି ବାଦ୍ୟ,ଯୋଡ଼ିଶଙ୍ଖ ମହୁରୀ ବେଶ୍ ଆକର୍ଷଣ ରହିଥିଲା ।

ଯାତ୍ରା ପରିଚାଳନା ଉପଦେଷ୍ଟା କୈଳାସ ଚନ୍ଦ୍ର ସ୍ବାଇଁ,ବାଳକୃଷ୍ଣ ଚୌଧୁରୀ,ଶଙ୍କର୍ଷଣ ସ୍ବାଇଁ, ମୁକୁନ୍ଦି ବରାଡ, ଶୁକଦେବ ସ୍ବାଇଁ,ଯାତ୍ରା ସଭାପତି ଟି. ବାବୁ ସୁବୁଦ୍ଧି , ଉପସଭାପତି ଦିବାକର ପାଢୀ , ସଂପାଦକ ରଞ୍ଜନ କୁମାର ଖୁଣ୍ଟିଆ , ସହ ସଂପାଦକ ଅରୁଣ କୁମାର ଖୁଣ୍ଟିଆ ,କୋଷାଧ୍ୟକ୍ଷ ରଘୁନାଥ ବେହେରା

, ଉପଦେଷ୍ଟା କୈଳାସ ଚନ୍ଦ୍ର ସ୍ବାଇଁ , ବାଳକୃଷ୍ଣ ଚୌଧୁରୀ ସମେତ କମିଟି ବୃନ୍ଦ ସମସ୍ତ ଗ୍ରାମବାସୀ ସହଯୋଗରେ ଯାତ୍ରା ପରିଚାଳିତ ହେଉଥିବା ବେଳେ ଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପୋଲିସର ବନ୍ଦୋବସ୍ତ କରାଯାଇଛି । ତେବେ ଆସନ୍ତା ଜୁନ ୨ ପ୍ରାତଃ ମାଁ ପ୍ରତ୍ୟାଗମନ କରିବେ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି ।

ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ