You are currently viewing ଦଳେସର ଖଣ୍ଡି ଗାଁ ର ଜଗନ୍ନାଥ ଙ୍କ ଉତରାୟଣ ରେ ବିଜେ, ହରିହର ଭେଟ ।
ଦଳେସର ଖଣ୍ଡି ଗାଁ ର ଜଗନ୍ନାଥ ଙ୍କ ଉତରାୟଣ ରେ ବିଜେ, ହରିହର ଭେଟ ।

ପୁରୁଷୋତ୍ତମପୁର , ୧୬/୦୧ – ( ପ୍ରସନ୍ନ ଦାସ ) -:- ପୁରୁଷୋତ୍ତମପୁର ବ୍ଲକ ଦଳେଶ୍ୱର ଖଣ୍ଡି ଗ୍ରାମରେ ବିଜେ ଜଗନ୍ନାଥ ଠାକୁର ମକର ସଂକ୍ରାନ୍ତିପରେ ଉତରାୟଣ ରେ ବିମାନ ରେ ଘଣ୍ଟ, ମୃଦଙ୍ଗ, ର ତାଳେ,ତାଳେ ବିଜେକରୀ ସେଠାରେ ଥିବା ଏକାମ୍ରଶ୍ୱର, ଓ ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରି ପ୍ରତାପୁର ଗ୍ରାମରେ ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜିତ ଶୈବ ଠାକୁର ତୁମ୍ବେଶ୍ୱର ଙ୍କ ଯାତ୍ରା ପଡିଆରେ ରହି ପ୍ରଭୁ ତୁମ୍ବେଶ୍ୱର ଙ୍କ ନିମନ୍ତ୍ରଣ ପାଇ ମନ୍ଦିର ଭିତରକୁ ଗମନ କରିଥାନ୍ତି | ସେଠାରେ ଜଗନ୍ନାଥ, ଓ ତୁମ୍ବେଶ୍ୱର ଙ୍କୁ ବ୍ରାହ୍ମଣ ଓ ସେବାୟତ ଙ୍କ ଦ୍ୱାରା ପୁଜା, ଆଳତି ଓଶୁଖିଲା ଭୋଗ, ପକ୍ଵଫଳ ବୈବେଦ୍ୟ କରାଯାଇ ଦୁଈ ଠାକୁରଙ୍କ ମିଳନ କରାଯାଏ | ଏହାକୁ ହରିହର ଭେଟ କୁହାଯାଏ | ସବୁ ନୀତିକାନ୍ତି ପରେ ପ୍ରଭୁ ଜଗନ୍ନାଥ ବିମାନରେ ପାଟ, ପଟୁଆର ରେ ପୁଣି ନିଜ ମନ୍ଦିର କୁ ପ୍ରତ୍ୟା ବର୍ତନ କରନ୍ତି | ଏହିଯାତ୍ରା ଦୀର୍ଘ ୧୫୮ ବର୍ଷର ଅଟେ | ଏହାକୁ କମା ପଣ୍ଡିତ ଯିଏକି ପୂରୀ ମୁକ୍ତି ମଣ୍ଡପରେ ସେଠାର ପଣ୍ଡିତ ଙ୍କ ଦ୍ୱାରା ମନୋନୀତ ଓ ପୁରସ୍କୃତ ହୋଇଛନ୍ତି ଆର ତୁମ୍ବେଶ ଚେନେଲୁ ଙ୍କ ଦ୍ୱାରା ଏହି ଉତରାୟଣ ଯାତ୍ରା ଦୀର୍ଘ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି | ତୁମ୍ବେଶ ଙ୍କ ପରେ ତାଙ୍କ ପୁତ୍ର ବୈଦ୍ୟ ନାଥ ସୋମେୟାଲୁ, ତାଙ୍କ ପରେ ତାଙ୍କ ପୁତ୍ର ଆର ସୁବାରାଓ, ତାଙ୍କପରେ ତାଙ୍କ ପୁତ୍ର ଆର ତୁମ୍ବାରାଓ, ତାଙ୍କ ପୁତ୍ର ଆର ରାବଣ ମୂର୍ତ୍ତି, ଆର ବିଶ୍ଵନାଥ, ଆର ରଘୁନାଥ ଏହି ଯାତ୍ରା କୁ ୫ପୁରୁଷ ଧରି ପରିଚାଳନା କାର୍ଯ୍ୟ କରି ଆସୁଛନ୍ତି | ତାଙ୍କ ସହ ଗ୍ରାମବାସୀ ଓ ବିଭିର୍ଣ୍ଣ ଅନୁଷ୍ଠାନ ର ବ୍ୟକ୍ତି ବିଶେଷ ମାନେ ଓ ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ସରପଞ୍ଚ, ସମିତି ସଭ୍ୟା ମାନେ ସହଯୋଗ କରି ଆସୁଛନ୍ତି ଏହି ଯାତ୍ରା ନୀତି, ନିୟମ ଅନୁସାରେ ପାଳନ ହୋଇ ଆସୁଛି |