You are currently viewing ଜଗନ୍ନାଥ ମହୋତ୍ସବ ପାଇଁ ବିଭିନ୍ନ କମିଟି ଗଠିତ
ଜଗନ୍ନାଥ ମହୋତ୍ସବ ପାଇଁ ବିଭିନ୍ନ କମିଟି ଗଠିତ

ସୋନପୁର, ୨୩ା୦୨ – ଆସନ୍ତା ମାର୍ଚ୍ଚ ୧୯ରୁ ୨୫ ତାରିଖ ଯାଏଁ ଦ୍ୱିତୀୟ ବାରଣାସୀର ତ୍ରିବେଣୀ ସଙ୍ଗମଠାରେ ଅନୁଷ୍ଠିତ ହେବାକୁ ଥିବା ଜଗନ୍ନାଥ ମହୋତ୍ସବ ପାଇଁ ବିଭିନ୍ନ କମିଟି ଗଠିତ ହୋଇଛି । ଉତ୍ସବରେ ଜଗନ୍ନାଥଙ୍କ ବେଶ, ସଂକୀର୍ତ୍ତନ, ହୋମ, ଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ ଆଦି ଆୟୋଜନ ପାଇଁ ସ୍ଥିରିକୃତ ହୋଇଛି । ତେବେ ଉତ୍ସବ ପାଇଁ ଦାରୁ ଶୋଭାଯାତ୍ରା କମିଟି, ନାମଯଜ୍ଞ କମିଟି, ଫାଇନାନ୍ସ କମିଟି, ଖାଦ୍ୟ କମିଟି, ଶୃଙ୍ଖଳା କମିଟି, ସାଧୁସେବା କମିଟି ଆଦି ଗଠନ ହୋଇଛି ।

ଉତ୍ସବର ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଗଡଭିତର ଜଗନ୍ନାଥ ମନ୍ଦିରରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବୈକୁଣ୍ଠ ଶତପଥୀ, ବ୍ରଜମୋହନ ଦାନୀ, ସୌରଭ ଖମାରୀ, ଚମରା ତ୍ରିପାଠୀ , ଶୈଳ ସାହୁ, ପଦ୍ମନାଭ ମିଶ୍ର, ଦିଲ୍ଲୀପ ପାତ୍ର, ଧରଣୀଧର ମିଶ୍ର, ମୁରଲି ସାହୁ, ସୁଶାନ୍ତ ପଣ୍ଡା, ରାଧେଶ୍ୟାମ ପୁରୋହିତ, ଦୁର୍ଜନି ସାହୁ, ପ୍ରଦ୍ୟୁମ୍ନ ପାଢୀ, ଦେବକୀ ନନ୍ଦନ ମିଶ୍ର, ଆରତି ଖମାରୀ, ଶ୍ରଦ୍ଧାଞ୍ଜଳି ମିଶ୍ର, ସଂଯୁକ୍ତା ହୋତା, ପ୍ରବୀଣା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଉତ୍ସବକୁ ଆହୁରି ଉତ୍ସାହ ଉଦ୍ଦୀପନା ସହ ଆୟୋଜନ କରିବା ପାଇଁ ଉପସ୍ଥିତ ସଦସ୍ୟ ସଦସ୍ୟା ବିଭିନ୍ନ ମତାମତ ଦେଇଥିଲେ ।

ରିପୋର୍ଟ ରଞ୍ଜନ ହୋତା