ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମରେ ତା:୧୪.୦୯.୨୦୨୬ ରିଖ ଠାରୁ ସିଦ୍ଧି ବିନାୟକ ୟୁଥ କ୍ଳବ୍ ତରଫରୁ ଶ୍ରୀ ସିଦ୍ଧି ବିନାୟକ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ଖୁବ୍ ଆଡ଼ମ୍ବରରେ ଆୟୋଜିତ କରାଯାଇଛି I ସିଦ୍ଧି ବିନାୟକ ୟୁଥ୍ କ୍ଳବର ସଭାପତି ଶ୍ରୀ ଭୋଳାନାଥ ପ୍ରଧାନ, ସମ୍ପାଦକ ଶ୍ରୀ ଚନ୍ଦନ ଖୁଣ୍ଟିଆ, କୋଷାଧ୍ୟକ୍ଷ ଶ୍ରୀ ଭୋଳାଶଙ୍କର ଖୁଣ୍ଟିଆ ଏବଂ କ୍ଳବର ସମସ୍ତ ସଦସ୍ୟଙ୍କ ସହଯୋଗରେ ଉତ୍ସବଟି ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଛି I ଉତ୍ସବର ଦ୍ଵିତୀୟ ଦିନ ତା:୧୫.୦୯.୨୦୨୬ ରିଖ ମଙ୍ଗଳବାର ଦିନ ୟୁଥ୍ କ୍ଳବର ସମସ୍ତ ସଦସ୍ୟଙ୍କ ଅନୁରୋଧକ୍ରମେ ସାନଖେମୁଣ୍ଡି ବିଧାୟକ ପ୍ରାର୍ଥିନୀ ତଥା ଧରାକୋଟ ବ୍ଳକ୍ ଚେୟାରମ୍ୟାନ୍ ଶ୍ରୀମତୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଏବଂ ସାନଖେମୁଣ୍ଡି ବ୍ଳକ ୬୧ ନଂ. ଜୋନର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅମିନ ପ୍ରଧାନ ଯୋଗ ଦେଇ ଶ୍ରୀ ଗଣେଶଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତ କ୍ଲବ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ l ଖୁଣ୍ଟିଆ ସାହି ସମସ୍ତ ଅଧିବାସୀ ଅତିଥିଙ୍କୁ ସୁସ୍ବାଗତ ତଥା ଅଭିନନ୍ଦନ ଜଣାଇଥିଲେ I ସାହି ଲୋକଙ୍କ ସମସ୍ୟା ବିଷୟରେ ଜାଣି ସାହି ଲୋକଙ୍କର ସମସ୍ତ ଅସୁବିଧା ଦୂର କରିବା ପାଇଁ ମାନ୍ୟବର ଚେୟାରମ୍ୟାନ୍ ଏବଂ ଜିଲ୍ଲା ପରିଷଦ ପ୍ରତିଶୃତି ଦେଇଥିଲେ l ଶେଷରେ ଠାକୁରଙ୍କ ପୂଜାର୍ଚ୍ଚନା ନିମନ୍ତେ ମାନ୍ୟବର ଚେୟାରମ୍ୟାନ୍ ୧୦,୦୦୦ ଟଙ୍କା ଏବଂ ମାନ୍ୟବର ଜିଲ୍ଲା ପରିଷଦ ୫,୦୦୦ ଟଙ୍କା ପ୍ରଦାନ କରି ଉକ୍ତ ସ୍ଥାନରୁ ପ୍ରସ୍ଥାନ କରିଥିଲେ I
