ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ଗ୍ରାମର ଗିରିପୂଜା ପାହାଡ଼ରେ ଅବସ୍ଥିତ ସାଇବାବା ମନ୍ଦିର ର ଦ୍ଵିତୀୟ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ! ମନ୍ଦିର ପରିସରରେ ପଣ୍ଡିତ ମାନଙ୍କ ଦ୍ୱାରା ହୋମ ଯଜ୍ଞ, ବିଗ୍ରହ ପୂଜା, ପଲଙ୍କ ପୂଜା କରାଯାଇ ଥିଲା ! ଏଥିସହ ଏକ ଭଜନ ସମାରୋହ ମାଷ୍ଟର ଇନ୍ଦ୍ରମଣି ଶାସମଲ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ! ଭକ୍ତ ମାନଙ୍କ ଗହଣ ରେ ସାଇବାବା ଙ୍କ ବିଗ୍ରହ କୁ ମହା ଆଡମ୍ବର ସହକାରେ ଗ୍ରାମ ପରିକ୍ରମା କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ କୋଦଳା ଏନ ଏ ସି ପୂର୍ବତନ ଅଧକ୍ଷ ହର ପ୍ରସାଦ ସାହୁ ଯୋଗଦେଇ କମିଟି ର କାର୍ଯ୍ୟ କୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବା ପାଇଁ କହିଥିଲେ ! ସମସ୍ତ ଭକ୍ତ ମାନଙ୍କ ପାଈଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଛି ! ସହ ସହ ଭକ୍ତ ପ୍ରଭୁ କୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
