ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସବୁ ଭକ୍ତ ମାନଙ୍କ ପାଇଁ ଆଜି ଠାରୁ ଭୋଗ ପ୍ରସାଦ ବିକ୍ରି କରିବାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଙ୍କ ଦ୍ୱାରାଆରମ୍ଭ କରାଯାଇଛି | ଏକ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଅତ୍ୟଧୁନିକ ସ୍ୱୟଂ ଚାଳିତ ଚୁଲିରେ 30ମିନଟ ସମୟରେ 3500 ଲୋକଙ୍କ ନିମନ୍ତେ ସେହି ଚୁଲିରେ ଖାଦ୍ୟ ତିଆରି ହୋଇ ପାରିବ | ପୀଠକୁ ଆସୁଥିବା ଭକ୍ତ ମାନେ ଯେପରି କୌଣସି ସମୟରେଭୋକରେ ଫେରିବେନି ସେଥିନିମନ୍ତେ ଏହି ଭୋଗ ବିତରଣ ର ଆରମ୍ଭ କରାଯାଇଛି | ଓ ଜିଲ୍ଲା ପାଳ ନିଜେ ଭକ୍ତ ମାନଙ୍କୁ ଭୋଗ ପରିବେଷଣ କରିଛନ୍ତି |


ଏବଂ ଭକ୍ତ ମାନେ ବହୁ ଆନନ୍ଦ ର ସହିତ ପ୍ରସାଦ ସେବନ କରିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ ଆସିଥିବା ଭକ୍ତ ଓ ଅଫିସର ଠାରୁ ଅଧିକାରୀ, କର୍ମଚାରୀ ଓ ସେବାୟତ ମାନେ ବହୁତ ଉତ୍ସାହିତ ହୋଇ କାର୍ଯ୍ୟ କରିଥିଲେ |


କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି, ବିଡିଓ ଶରତକୁମାର ପାତ୍ର, ଏନଏସି କାର୍ଯ୍ୟ ନିର୍ବାହୀ ଅଧୂକାରୀ ଗୋବିନ୍ଦ ଡନସେନା, ଥାନା ଆଇ ଆଇସି ରାଜେଶ କୁମାର ନାୟକ, ମନ୍ଦିର ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ପଣ୍ଡା ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଭାପତି ତପନ କୁମାର ରଣା, ଅରୁଣ କୁମାର ପଣ୍ଡା ଙ୍କ ସହିତ ବହୁ ସେବାୟତ ଏବଂ ମନ୍ଦିର କର୍ମଚାରୀ ଉପସ୍ଥିତ ରହିଥିଲେ।
ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକରୁ ପ୍ରସନ୍ନ କୁମାର ଦାଶ ଙ୍କ ରିପୋର୍ଟ,



