ବ୍ରହ୍ମପୁର – ୩୦/୧୦/୨୦୨୫ :-
କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥିରେ ଗୁରୁବାର ଦିନ ବଡ଼ବଜାର ଆଗାସାହି ସ୍ଥିତ ଗୋଶାଳାରେ ପବିତ୍ର ଗୋଷ୍ଠାଷ୍ଟମୀ ଉତ୍ସବ ନିମନ୍ତେ ଏକ ସପ୍ତାହ ପୂର୍ବରୁ ବିଭିନ୍ନ ପ୍ରକାର ଆୟୋଜନ ଓ ନଗର ସାଜସଜ୍ଜା ହୋଇଯାଇଥିଲା। ଗତକାଲି ଗୁରୁବାର ଦିନ ଗୋଶାଳାରେ ବ୍ରହ୍ମ ମୁହୂର୍ତ୍ତରେ ଗୋପୂଜନ କାର୍ଯ୍ୟକ୍ରମର ପ୍ରାରମ୍ଭ ହୋଇଥିଲା।


ସର୍ବପ୍ରଥମେ ଗୋଶାଳାର ସମସ୍ତ ଗୋମାତା ପ୍ରାୟ ୨୫୦କୁ ଜାଗରଣ, ଅଗୁରୁ ଚନ୍ଦନରେ ଗୋସ୍ନାନ କରାଇ ହଳଦୀ, ଚନ୍ଦନ, ସିନ୍ଦୁର ଲେପନ କାର୍ଯ୍ୟକ୍ରମ ହୋଇଥିଲା। ସକାଳ ୦୨:୦୨ ସମୟରେ ବ୍ରହ୍ମପୁର SDVO ମାନ୍ୟବର ଅରବିନ୍ଦ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।


। ତତ୍ ସଙ୍ଗେ ସଙ୍ଗେ ହୋମାଦିକାର୍ଯ୍ୟ ଓ ବେଦ ପଠନ କରି ଗୋଶାଳାକୁ ବେଦ ଧ୍ୱନିରେ ବେଦମୟ କରିଥିଲେ। ଏବଂ ସହରର ଶହଶହ ଗୋପ୍ରେମୀମାନେ ଗୋମାତା ପୂଜନ କାର୍ଯ୍ୟକ୍ରମର ପ୍ରାରମ୍ଭ ନିମନ୍ତେ ଅପେକ୍ଷା କରି ରହିଥିଲେ। ଉଦଘାଟନ ପରେ ସମସ୍ତ ଗୋପ୍ରେମୀମାନେ ନିଜେ ଗୋପୂଜନ ଓ ଗୋସେବା କାର୍ଯ୍ୟରେ ନିଜକୁ ହଜାଇ ଦେଇଥିଲେ।


