ବ୍ରହ୍ମପୁର, ୧୦/୦୪/୨୩ (ଅଜୟ କୁମାର ସ୍ୱାଇଁ ):ଓଡିଶାରେ ୧୨ମାସରେ ୧୩ପର୍ବ ପାଳନ କରାଯାଏ ତେବେ ଗଞ୍ଜାମ ଜିଲ୍ଲାରେ ଚୈତ୍ରମାସରେ ଦଣ୍ଡଯାତ୍ରା ହୋଇଥିବା ବେଶ ନିଆରା ଏ ଯାତ୍ରାରେ ପ୍ରକୃତି ପୂଜାର ଉଦ୍ଧାରଣ ଦେଖିବାକୁ ମେଳେ l ଏହାକୁ ଶିବ ପାର୍ବତୀ ଙ୍କ ଯାତ୍ରା ବୋଲିମଧ୍ୟ୍ୟ କୁହାଯାଏ ବହୁ କାଳରୁ ଏ ଯାତ୍ରା ପାଳନ ହୋଇଆସୁଛି l କେବଳ ଗଞ୍ଜାମର ନୁହେଁ ଓଡିଶାର ବିଭିନ୍ନ ସ୍ଥାନରେ ଏଭଳି ଦଣ୍ଡଯାତ୍ରା ଦେଖିବାକୁ ମେଳେ l ଦଣ୍ଡ ଯାତ୍ରା ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ଆଗିନୀ ଦଣ୍ଡ ନିଆଁକୁ ଆଗିନୀ ଦେବତା ରୂପରେ ଆହ୍ୱାନକରି ପୂଜା କରାଯାଇ ସାଙ୍ଗରେ ଧରି ଦଣ୍ଡୁଆମାନେ ବୁଲିଥାନ୍ତି ଏହାକୁ ଚମ୍ପାବର ବୋଲି ମଧ୍ୟ୍ୟ କୁହାଯାଏ l ଗତ ଦୁଈ ବର୍ଷହେବ ମାନସିକ ଧାରୀ ଭକ୍ତ ମାନେ କରୋନା କଟକଣା ଜୋଂଗୁଁ ଦଣ୍ଡ ଯାତ୍ରା ବନ୍ଦ ହୋଇଥିଲା l ଏହି ବର୍ଷ ଦଣ୍ଡ ଯାତ୍ରା ବହୁ ଆଡ଼ମ୍ବର ସହ ପାନ କରା ଯାଇଥିବାବେଳେ ସୋରଡ଼ା ବ୍ଲକ ଅନ୍ତର୍ଗତ ସିଦ୍ଧିପୁର ପଞ୍ଚାୟତ ରେ ବହୁ ଆଡ଼ମ୍ବର ସହ ପାଳନ କରାଯଇଛି ଏକଦଶ ଦଣ୍ଡ ଯାତ୍ରା l

ଏଗାର ଗୋଟି ଗ୍ରାମର ଦଣ୍ଡ ନାଚ ଏହି ଗ୍ରାମରେ ଦେଖିବାକୁ ମିଳିଥିଲା l ପ୍ରଥମେ ମା କାଳୀଙ୍କୁ ଗ୍ରାମର ପ୍ରତେକ ଗ୍ରାମବାସୀ ମିଳିକରୀ ଧୂପ,ଦୀପ,ଫୁଲ,ତାଳ, ମୃଦୁଙ୍ଗ ରେ ମା କାଳୀଙ୍କୁ ବରଣ କରିଥିଲେ l ଗ୍ରାମର ପ୍ରତେକ ଗଳିରେ ଦଣ୍ଡ ଖେଳିବା ପରେ ୧୧ଟି ଗ୍ରାମର ଦଣ୍ଡୁଆ ଗୋଟିଏ ସ୍ଥାନରେ ରହି ମହାମିଳନ କରାଯାଇଥିଲା l ଏହାକୁ ଦେଖିବାପାଇଁ ବହୁ ଦୁରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଦେଖିବାକୁ ମିଳିଛି l ପ୍ରାୟତଃ ୩୦ ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏଥିରେ ପୋଲିସ ପ୍ରଶାସନ ମୁତୟନ ରହିଥିବାବେଳେ ଗ୍ରାମର ବହୁ ଯୁବ ଗୋଷ୍ଠୀ ଏଥିରେ ସହଯୋଗକରି ଶାନ୍ତି ଶୁଙ୍ଖଳା ରେ କାର୍ଯ୍ୟକ୍ରମ ଚାଲୁରହିଥିଲା l

