ବେଗୁନିଆପଡା -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତ ଥୁଆମୂଳ ଗ୍ରାମ ସ୍ଥିତ ମଦନ ମୋହନ ମଠ ପରିସରରେ ମହନ୍ତ ନିତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ବିତୀୟ ବାର୍ଷିକ ବିରହ ମହୋତ୍ସବ ପାଳନ ଅବସରରେ ଥୁଆମୂଳ ଗ୍ରାମବାସୀଙ୍କ ସହଯୋଗରେ ୨୪ ପ୍ରହରୀ ନାମଯଜ୍ଞ
, ଗୋପାଳ ସହସ୍ର ନାମ ଓ ସନ୍ଥ ମହନ୍ତ ସେବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧ ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩ ତାରିଖ ଦିନ ଏହା ଶେଷ ହେବ । ଏଥିରେ ଥୁଆମୂଳ ଗ୍ରାମବାସୀ ସମେତ ଯୁବଗୋଷ୍ଠୀ ପବିତ୍ର କୁମାର ରାଉତ, ଭରତ, ବନମାଳୀ, ଯୋଗେନ୍ଦ୍ର, ବୁଲୁ, ପିପୁନା, ମହେନ୍ଦ୍ର, ପିଣ୍ଟୁ, ନୀଳମାଧବ, କବି, ସୁଦର୍ଶନ, ଦିଲ୍ଲୀପ, ସନ୍ତୋଷ, ଜିତୁ, ଦୀପକ, ସୀମାଞ୍ଚଳ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମଟି ମହନ୍ତ ସଦାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।ଏ ନେଇ ଥୁଆମୂଳ ଗ୍ରାମ ଉତ୍ସବ ମୁଖର ପାଲଟିଛି ।ଶ୍ରଦ୍ଧାଳୁ ଭକ୍ତମାନ ଙ୍କ ନିମନ୍ତେ ପ୍ରସାଦ ସେବନର କାର୍ଯ୍ୟକ୍ରମ ହେଉଥିବା ର ମଧ୍ଯ ଦେଖିବାକୁ ମିଳିଛି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
