You are currently viewing କାଲିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ।
କାଲିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ।

ଭୁବନେଶ୍ୱର , ୧୬/୧୨ -:- ପବିତ୍ର ଧନୁ ସଂକ୍ରାନ୍ତ ଅବସରରେ ସୋମବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ଗତ ବୁଧବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ପହିଲି ଭୋଗ ନୀତିକୁ ଅନୁମୋଦନ ମିଳିଛି। ପହିଲି ଭୋଗ ଧନୁ ସଂକ୍ରାନ୍ତି ଅର୍ଥାତ୍‌ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାରଫିଟା, ଭିତର ଶୋଧ ୨ଟା ୩୦, ୩ଟାରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବ। ଭୋର ସାଢେ ୫ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢିବ। ସକାଳ ୬ଟା ୩୦ରୁ ୮ଟା ସକାଳ ଧୂପ (କେବଳ କୋଠଭୋଗ), ୮ଟା ୨୦ରୁ ୧୦ଟା ଭୋଗମଣ୍ଡପ, ୧୦ଟା ୩୦ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ), ୭ଟା ୪୫ରୁ ୯ଟା ୩୦ ଦ୍ୱିତୀୟ ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତି ଚାଲିବ। ଅପରାହ୍ନ ୫ଟାରେ ସନ୍ଧ୍ୟା ଆଳତି, ୬ଟା ୩୦ରୁ ରାତି ୮ଟା ସନ୍ଧ୍ୟା ଧୂପ, ୯ଟାରେ ଚନ୍ଦନ ଲାଗି, ୧୦ଟାରେ ବଡ଼ସିଂହାର ବେଶ, ୧୦ଟା ୩୦ ବଡ଼ସିଂହାର ଭୋଗ ଏବଂ ୧୧ଟାରେ ରାତ୍ର ପହୁଡ଼ ନୀତି ସମ୍ପନ୍ନ ଲାଗି ନୀତି ନିର୍ଘଣ୍ଟ ହୋଇଛି ।