You are currently viewing ବୋରିପଦର ଠାକୁରାଣୀ ଯାତ୍ରା ଉଦଯାପିତ
ବୋରିପଦର ଠାକୁରାଣୀ ଯାତ୍ରା ଉଦଯାପିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ମାଁ ଠାକୁରାଣୀ ଯାତ୍ରା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ଦିନ ଯାତ୍ରା ପରିଚାଳନା କମିଟି ଦ୍ବାରା ଆୟୋଜିତ ୨ ଟି ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଦିଗପହଣ୍ଡି ହରିପ୍ରିୟା ଆଶ୍ରମର ସନ୍ଥ ଯୋଗୀ ଦେବଦତ୍ତ ମେକାପ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏଥିସହ ଖମ୍ବାରୀ ଗାଁ ପୂର୍ବତନ ସରପଞ୍ଚ ସନ୍ତୋଷ ପାତ୍ର , କଳିଙ୍ଗ ଯୁବ ନାଟ୍ୟ ସଂସଦ ଏବଂ ମା ଠାକୁରାଣୀ ଯାତ୍ରା କମିଟି ସଭାପତି ଉମାକାନ୍ତ ସାହୁ ( ମୁୁନା ) , ଗ୍ରାମ୍ୟ ସଭାପତି କେଶବ ଗୌଡ, ସଭାପତି ବୁଲୁ ଗୌଡ , ଗଡଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ ସାହୁୁ , ରାଜେଶ ପାତ୍ର୍ର , ସଞ୍ଜୟ ପାଣିଗ୍ରାହୀ ପ୍ରଭୃତି ଯୋଗ ଦେଇଥିଲେ । ଦେବଶ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ବ୍ରହ୍ମପୁର ବି ଆର ଏମ୍ ଏସ୍ ର ନିର୍ଦ୍ଦେଶକ ବିଭୂତି ଭୂଷଣ ଗୌଡ, ଅଶ୍ଵିନୀ କୁମାର ସାହୁୁ , ରଞ୍ଜନ କୁମାର ଗୌଡ ,କୃଷ୍ଣଚନ୍ଦ୍ର ସାହୁ , ରାମକୃଷ୍ଣ ଗୈାଡ , ନିରଞ୍ଜନ ପାଣିଗ୍ରାହୀ , ବିଶ୍ଵନାଥ ଗୌଡ , ତପନ କୁମାର ଗୌଡ , ଦିପୁନି ଗୌଡ , ଉମାକାନ୍ତ ଗୌଡ ସମେତ ଗ୍ରାମବାସୀ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।