ଚିକିଟୀ — ଏହି ଅଞ୍ଚଳ ଅନ୍ତର୍ଗତ ଚିକିଟୀ ଗଡ଼ ସ୍ଥିତ ଶ୍ରୀ ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ତିନି ଦିନଧରି ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଯଜ୍ଞରେ ପଣ୍ଡିତ ଶ୍ରୀଯୁକ୍ତ କାଶୀନାଥ ମିଶ୍ର, ପଣ୍ଡିତ ନିହାର ରଞ୍ଜନ ଦାଶ, କରୁଣାକର ମିଶ୍ର ଙ୍କ ସହ କର୍ତ୍ତା ରୂପେ ସୁଦୀପ୍ତ କୁମାର ପଟ୍ଟନାୟକ ଏବଂ କର୍ତ୍ତୀ ରୂପେ ଗୀତାଞ୍ଜଳି ପଟ୍ଟନାୟକ ଙ୍କ ଉପସ୍ଥିତି ରେ ସୂର୍ଯ୍ୟ ପୂଜା ଶାଳା ମଣ୍ଡପ ପୂଜା ସାଇ ବାବା ଙ୍କ ମହା ସ୍ନାନ ଓ ଉପଚାର ସହ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ରେ ଯଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଚାଳକ ଭାବେ ଗୌରୀ ଶଙ୍କର ପାଢ଼ୀ,ଲଳିତ ମୋହନ ପଟ୍ଟନାୟକ, ଅଲେଖ ଚନ୍ଦ୍ର ପ୍ରଧାନ, ସୂର୍ଯକାନ୍ତ ବିଷୋୟୀ, ଚିନ୍ମୟ ବିଷୋୟୀ,ହୃଷିକେଶ ପଣ୍ଡା,ଲଳିତ ବେହେରା, ରାଧାକୃଷ୍ଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଅଞ୍ଚଳବାସୀ ଉତ୍ସବରେ ଯୋଗ ଦେଇ ସାଇକୃପା ଲାଭ କରିଥିଲେ l
