You are currently viewing ବେଗୁନିଆପଡା ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ।
ବେଗୁନିଆପଡା ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ।

ବେଗୁନିଆପଡା , ୦୫/୦୨ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଚଳିତ ମାଘ ମାସ ଉପଲକ୍ଷେ ଏହି ବ୍ଲକ ଅନ୍ତର୍ଗତ ବେଗୁନିଆପଡା ନିକଟସ୍ଥ ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି | କର୍ତ୍ତା ଶ୍ରୀ କ୍ରୀଷ୍ଣା ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ୧୦୮ ବ୍ରାହ୍ମଣ ଭୋଜନ କାର୍ଯ୍ୟକ୍ରମରେ କୋଦଳା ଏନଏସି ର ପୂର୍ବତନ ନଗର ପାଳ ହରପ୍ରସାଦ ସାହୁଙ୍କ ସମେତ ତାଙ୍କ ସହ ଧର୍ମିଣୀ ସୁନୀତା ପ୍ରଭା ସାହୁ ଏବଂ ସପରିବାର ଯୋଗ ଦେଇଥିଲେ | ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଶ୍ରୀ ସାହୁ ଙ୍କୁ ସ୍ୱାଗତ ଜଣାଇଥିଲେ ଶ୍ରୀ ପାତ୍ର ଏବଂ ତାଙ୍କ ପରିବାର ସମେତ ବହୁ ଶୁଭେଛୁ | ଏହି ଧାର୍ମିକ କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ସମେତ କୋଦଳା ଏନଏସି ଅଞ୍ଚଳ ର ବହୁ ଶୁଭେଛୁ ଯୋଗ ଦେଇଥିଲେ |