You are currently viewing ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ଓ ସରସ୍ବତୀ ଶିଶୁମନ୍ଦିର ତରଫରୁ ମେଡିକାଲ ଓ ଵୃଦ୍ଧାଶ୍ରମ ରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ
ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ଓ ସରସ୍ବତୀ ଶିଶୁମନ୍ଦିର ତରଫରୁ ମେଡିକାଲ ଓ ଵୃଦ୍ଧାଶ୍ରମ ରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଆଜି ଶ୍ରୀ ବଳଭଦ୍ର ଦେଵ ଙ୍କ ଜନ୍ମ ଜୟନ୍ତୀ ର ପବିତ୍ର ଶ୍ରାବଣ ପୁର୍ଣିମା ଅବସରରେ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ର ଛାତ୍ରଛାତ୍ରୀ ମାନେ ଅନୁଷ୍ଠାନ ରେ ପରସ୍ପର କୁ ରାଖୀ ବାନ୍ଧି ଥିଲେ l ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲା ପାଟ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ବେହେରା ଉଦଘାଟନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ଆଜି ଦିନର ମହତ୍ୱ , ହିନ୍ଦୁ ଧର୍ମ ର ସlରତତ୍ତ୍ୱ ବୁଝାଇଥିଲେ l

ଏହା ସହିତ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ନଗର ର ବିଭିନ୍ନ ସାମାଜିକ ପ୍ରତିଷ୍ଠାନ ବୁଲି ସେଠlକାର ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ସ୍ନେହର ପବିତ୍ର ରାଖୀ ବାନ୍ଧିବା ସହିତ ମିଷ୍ଟାନ୍ନ ପ୍ରଦାନ କରିଥିଲେ l ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ରୋଗୀ ଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତାଜା ଫଳ , ରୁଟି ଇତ୍ୟାଦି ବଣ୍ଟନ କରାଯାଇଥିଲା l ଏବଂ ପୁରୁଷୋତ୍ତମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ରାଉତ ସାର,ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କର ଏତାଦୃଶ ନିରାଳଶ କର୍ମ ରେ ଉଦବୁଦ୍ଧ ହୋଇ ସମସ୍ତଙ୍କୁ ମିଷ୍ଟାନ୍ନ ପ୍ରଦାନ ପୂର୍ବକ ଜୀବନରେ ଭଲ ମଣିଷ ହେବାର ଆର୍ଶୀବଚନ ପ୍ରଦାନ କରିଥିଲେ l

ଶେଷରେ ଅନୁଷ୍ଠାନ ର ଉଦ୍ୟୋକ୍ତା ଶ୍ରୀମାନ ରାମ ଗୁରୁଜୀ ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
ସେହିପରି ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ସହର ସ୍ଥିତ ଶିକ୍ଷା ବିକାଶଦ୍ୱାରା ପରିଚାଳିତ ଅନୁଷ୍ଠାନ ର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ ଙ୍କ ସଂଯୋଜନା ରେ ଛାତ୍ର, ଛାତ୍ରୀ, ଗୁରୁଜୀ, ଗୁରୁମା ଙ୍କ ମଧ୍ୱରେ ରକ୍ଷା ବନ୍ଧନ ଅନୁଷ୍ଠିତ ହୋଇ ଥିଲା |

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଇକ ପଡା ସ୍ଥିତ ବଟେଶ୍ୱର ଉଚ୍ଚଵିଦ୍ୟାଳୟ ର ପଣ୍ଡିତ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ,ଓ ସ୍ଥାନୀୟ ବିଦ୍ୟାଳୟ ର ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା,ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଙ୍କ ନେତୃତ୍ୱରେ ପରିଚାଳିତ ହୋଇ ଥିଲା, ଏବଂ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପନ ପରେ ଭୁତ ସରସିଙ୍ଗି ଠାରେ ଥିବା ବୃଦ୍ଧାଶ୍ରମ କୁ ଯାଇ ସେଠାରେ ଥିବା ବୟସ୍କ, ଓ ବୟସ୍କା ମାନଙ୍କୁ ସବୁ ଗୁରୁଜୀ, ଗୁରୁମା ଙ୍କ ସହଯୋଗରେ ବସ୍ତ୍ର ଓଖାଦ୍ୟ ପ୍ରଦାନ କରାଯାଇଥିଲା |

ରିପୋର୍ଟ ପ୍ରସନ୍ନ କୁମାର ଦାସ