ପୁରୁଷୋତ୍ତମପୁର ତା-୧୭l୯l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ଶିବାନନ୍ଦ ନଗର ଠାରେ ଆଜି ଶ୍ରୀ ବିଶ୍ବକର୍ମା ବଢ଼େଇ କୂଳ ତରଫରୁ ବିଶ୍ୱକର୍ମା ମହାପ୍ରଭୁଙ୍କ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ପୂର୍ବଖଣ୍ଡ ତାଲୁକା ସଭାପତି ରମେଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ସଭାପତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ବିଶ୍ୱକର୍ମା ମହାପ୍ରଭୁଙ୍କ ଉତ୍ସବ ମହାସମାରୋହରେ ପାଳନ ବୈଠକକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥିଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ବରିଷ୍ଠ ନାଗରିକ ସଭାପତି ଅରୁଣ କୁମାର ପଣ୍ଡା, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ମଞ୍ଚାସିନ ରହି ବଢ଼େଇ କୂଳ ସମାଜ ପରିବାରର ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମାଜ ତରଫରୁ ପୁରସ୍କୃତ କରିଥିଲେ l

ଅତିଥି ମାନେ ନିଜ ନିଜ ବ୍ୟକ୍ତାରେ ବିଶ୍ୱକର୍ମା ବଢ଼େଇ କର୍ମଚାରୀଙ୍କ ଓଡିଶା ଓ କେନ୍ଦ୍ର ସରକାରଙ୍କ ତରଫରୁ କୌଶଳୀ ଭତ୍ତା,ଲେବର କାର୍ଡଧାରୀଙ୍କୁ ଝିଅ ବାହାଘର,ଶିକ୍ଷା କ୍ଷେତ୍ରରେ ଅର୍ଥ ସାହାଯ୍ୟ ଯୋଗାଇ ଦେଇଆସୁଚି ଓଡ଼ିଆ ସରକାର l ଦକ୍ଷିଣ ଓଡିଶା ବିଶ୍ୱକର୍ମା ସଭାପତି ଶ୍ରୀ ସନ୍ତୋଷ କୁମାର ମହାରଣା, ପୂର୍ବଖଣ୍ଡ ତାଲୁକା ସଭାପତି ରମେଶ ଚନ୍ଦ୍ର ମହାରଣା ଗଂଜାମ ଜିଲ୍ଲା ବିଶ୍ବକର୍ମା ସମାଜ ସଭାପତି,ସମସ୍ତ ଜାତି ଭାଇ ତଥା ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଙ୍କ ମଙ୍ଗଳ କାମନା କରି ଥିଲେ । ପୂର୍ବଖଣ୍ଡ 34 ତାଳୁକାର ସଦସ୍ୟ ଉପସଭାପତି ରଘୁନାଥ ମହାରଣା, ସମ୍ପାଦକ ପ୍ରଦୀପ ମହାରଣା,ସହସମ୍ପାଦକ ଭଗବାନ ମହାରଣା, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାରଣା, ପ୍ରମୁଖ ଉପସ୍ଥିତ ରହି ବିଶ୍ୱକର୍ମା ପୂଜାଉତ୍ସବ କୁ ପରିଚାଳନା କରିଥିଲେ l

