ଖଲ୍ଲିକୋଟ:7/7 ପବିତ୍ର ରଥ ଯାତ୍ରା ଉପଲକ୍ଷେ ଖଲ୍ଲିକୋଟ ଏନ ଏ ସି ଅନ୍ତର୍ଗତ ଜୟଦୁର୍ଗା ପାହାଡ଼ ପାଦ ଦେଶ ରେ ଅବସ୍ଥାନ କରୁଥିବା ମା ବଡ଼ ରାଉଳ ଠାକୁରାଣୀ ମନ୍ଦିର ଆଗରେ ଆସିକା ସାଂସଦ ଅନିତା ସୁଭଦର୍ଶନୀ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବୃକ୍ଷ ରୋପଣ କରି ସ୍ଥାନୀୟ ମହିଳା ମାନଙ୍କୁ ଲଗା ଯାଇଥିବା ବୃକ୍ଷ କୁ ନିଜ ପିଲା ଛୁଆ ଙ୍କ ଭଳି ପାଳନ କରି ବଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ |ସାଂସଦ ଶ୍ରୀମତୀ ପଟନାୟକ ଓ ବିଧାୟକ ଶ୍ରୀ ସେଠୀ ମନ୍ଦିର ପରିଦର୍ଶନ କରି ପାନୀୟ ଜଳ ବିଜୁଳି ଓ ଏକ ରୋସେଇଶାଳା ଓ ଯାତ୍ରୀ ବିଶ୍ରାମଗାର ସମେତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କ ରେ ଶ୍ୟାମସୁନ୍ଦରପୁର ଗ୍ରାମ ର ମହିଳା ଓ ଯୁବକ ମାନଙ୍କୁ ପଚାରି ବୁଝିଥିଲେ |

ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଏନ ଏ ସି ର ପ୍ରାକ୍ତନ ନଗରପାଳ ଓ ପ୍ରଭାରୀ ଶଙ୍କର ପ୍ରସାଦ ନାହାକ ଓ ପ୍ରାକ୍ତନ ନଗରପାଳ ଶ୍ରୀମତୀ ଜ୍ୟୋସ୍ନା ରାଣୀ ନାହାକ ଓ ଖଲ୍ଲିକୋଟ ନଗର ବିଜେପି ସଭାପତି ସିମାଞ୍ଚଳ ଗୌଡ଼ ଶ୍ୟାମାସୁନ୍ଦରପୁର 8 ନମ୍ବର କାଉ ନସିଲର ଶ୍ରୀମତୀ ରେମତି ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |

ଉକ୍ତ ୱାର୍ଡ ରେ ଦୀର୍ଘ ବର୍ଷ ଧରି ଏହି ୱାର୍ଡ ରେ ବସବାସ କରି ଆସୁଥିବା 20 ରୁ ଊର୍ଧ୍ଵ ବାସିନ୍ଦା ଘର କରି ରହିଥିବା ବେଳେ ସେମାନଙ୍କ ନାମରେ ଘରବାରି ପଟା ହୋଇ ପାରୁନଥିବାରୁ ସେମାନେ ଆବାସ ଯୋଜନା, ଜାତିଗତ ପ୍ରମାଣ ପତ୍ର ଓ ବାସିନ୍ଦା ଓ ଆୟ ପ୍ରମାନପତ୍ର ପାଇବାରୁ ବଂଚିତ ହେଉରହିବା ସାଂସଦ ଓ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |
( ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )

