ବେଲଗୁଣ୍ଠା-୧୬/୧-ଗଞ୍ଜାମ ଜିଲ୍ଳାର ପ୍ରମୁଖ ମନ୍ଦିର ମାଳିନୀ ସହର ରୁପେ ପରିଚିତ ବେଲଗୁଣ୍ଠା ସହରର ବଡଦାଣ୍ଡ ଠାରେ ପୂଜିତ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ସୁଦୃଶ୍ୟ ସୁଶୋଭିତ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ପର୍ବର ପ୍ରଥମ ସୋପାନ ରୁପେ ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଆଜି ଶୁଭଖୁଣ୍ଟି କୁ ମନ୍ଦିର ବେଢ଼ାରେ ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ କରାଯାଇ ବ୍ରାହ୍ମଣ ବରଣ କରାଯାଇଥିଲା । ଏଥିରେ ଯଜ୍ଞକର୍ତ୍ତା ଭାବେ ବେଲଗୁଣ୍ଠା ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିଲେ ।ଶୁଭଖୁଣ୍ଟି ସହିତ ଏକ ବିରାଟ ଶୋଭାଯାତ୍ରା ବଡାଦାଣ୍ଡ ଠାରୁ ବାହାରି ବେଲଗୁଣ୍ଠା ସହର ପରିକ୍ରମା କରିଥିଲେ ।ପରେ ନବନିର୍ମିତ ମନ୍ଦିର ନିକଟରେ ଏହାକୁ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ସମସ୍ତ କାଉନସିଲର ଓ ସହରବାସୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ଆସନ୍ତା ୨୯ ତାରିଖରୁ ମାଁ ଅନ୍ନପୂର୍ଣ୍ଣାଙ୍କ ସୁନ୍ଦର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ଯାଉଛି ।
ରିପୋର୍ଟ-ଶିବରାମ ଚୌଧୁରୀ
