ଖଲ୍ଲିକୋଟ :22/1 ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଖଲ୍ଲିକୋଟ ସହର ଓ ଆଖ ପାଖ ଗ୍ରାମାଞ୍ଚଳ କୁ ରାମ ଭକ୍ତ ମାନେ ଅଯୋଧ୍ୟମୟ ପରିବେଶ ର ମାହୋଲ ସୃଷ୍ଟି କରିଥିବା ଗାଁ ଗାଁ ରେ ଭକ୍ତି ଓ ଶ୍ରଦ୍ଧା ର ଜୁଆର ଦେଖିବାକୁ ମିଳିଛି | ରାମ ଙ୍କ ଉଧେଶ୍ୟ ରେ ମହିଳା ଓ ପୁରୁଷ ମାନେ ହଜାର ହଜାର ଦୀପ ଲଗାଇ ଦୀପାବଳି ପାଳନ କରିଥିବା ବେଳେ ଶ୍ରୀରାମ ଙ୍କ ନାରା ରେ ପ୍ରକମ୍ପିତ ହୋଇ ଉଠିଛି |ସ୍ଥାନୀୟ

ଜଗନ୍ନାଥ ମନ୍ଦିର ରେ ବଜରଙ୍ଗ ଦଳ ତରଫରୁ ଦୀପାବଳି ପାଳନ କରିବା ସହ ବାଲୁକେଶ୍ୱର ମନ୍ଦିର ପରିସର ରେ 3 ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା | ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କାମଳପଦର ଗ୍ରାମରେ ସକାଳୁ ନଗର କୀର୍ତନ ସାଙ୍ଗକୁ 5 ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ | ସେହିପରି ଖଲ୍ଲିକୋଟ ଏନ ଏ ସି ଅନ୍ତର୍ଗତ ତୋଟା ଗାଁ ର ସ୍ବର୍ଗପୁର ସାହି ବାସିନ୍ଦା ମାନେ ଅଯୋଧ୍ୟା ଯାଇ ନ ପାରି ଚିତ୍ର ଶୀଳ୍ପୀ ସନ୍ତୋଷ କୁମାର ଜେନା 30 କିଲୋ ରଙ୍ଗ ବେରଙ୍ଗ ମୁରୁଜ ରେ 25 ×25 ଫୁଟ ରେ ଅବିକଳ ରାମ ମନ୍ଦିର ଚିତ୍ର ଆଙ୍କି ଶ୍ରୀରାମ ଙ୍କ ଉଧେଶ୍ୟ ରେ ପୂଜା ଅର୍ଚନା ଓ ଦୀପାବଳି ପାଳନ କରିଥିଲେ |ସେହିପରି ବିଜେପି ତରଫରୁ ସ୍ଥାନୀୟ ମାର୍ଦରାଜ ଶିଶୁ ଉଦ୍ୟାନ ଠାରୁ ଏକ ମୋଟର ସାଇକେଲ ଯୋଗେ ଏକ ଝଣ୍ଡା ଶୋଭା ଯାତ୍ରା ସହର ପରିକ୍ରମା କରିଥିଲେ |ଶୋଭାଯାତ୍ରା ବିଜେପି ନେତା ଅନିଲ ପଣ୍ଡା, ଯଜ୍ଞ ନାରାୟଣ ଦାଶ ଓ ଶଙ୍କର ପ୍ରସାଦ ନାହାକ ଓ ଶମ୍ଭୁ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ |

ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡିଆ ରାମ ଭକ୍ତ ମାନଙ୍କ ଦ୍ୱାରା ରାମ ଙ୍କ ପଟ ଚ୍ଚିତ୍ର ରଖି 25 କିଲୋ ଘିଅ ବିଶିଷ୍ଟ ଏକ ବଡ଼ ଦୀପ କୁ ପ୍ରଜ୍ବଳିତ କରିଥିବା ଦୀପକୁ ରଖି ପୂଜା ଅର୍ଚନା କରାଯାଇଥିଲା |ସେହିପରି ବ୍ଲକ ର ପାରିନୁଆ ଗାଁ, ମୋହନପୁର ଓ ବଦକ୍ଷେତା ପଭୃତି ଗ୍ରାମ ମାନଙ୍କ ରେ ହନୁମାନ ଚାଳିଶା ଓ ରାମ ତାରକ ମନ୍ତ୍ର ଗାନ କରି ହରିବୋଲ ଓ ହୁଳହୁଳି ରେ ପରିବେଶ ରାମମୟ ହୋଇପଡ଼ିଥିଲା |
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
