You are currently viewing ଆଜି ଆରମ୍ଭ ହେଲା ମା ତାରାତାରିଣୀ ଙ୍କ ଚୈତ୍ର ପାଳି ପ୍ରଥମ ମଙ୍ଗଳ ବାର ଯାତ୍ରା,
ଆଜି ଆରମ୍ଭ ହେଲା ମା ତାରାତାରିଣୀ ଙ୍କ ଚୈତ୍ର ପାଳି ପ୍ରଥମ ମଙ୍ଗଳ ବାର ଯାତ୍ରା,

ପୁରୁଷୋତ୍ତମପୁର 14,3,23(ପ୍ରସନ୍ନ କୁମାର ଦାସ) ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ତଥା ଦକ୍ଷିଣ ଓଡିଶା ର ଆରାଧ୍ୟ ଦେବୀ ଭାବରେ ବିଖ୍ୟାତ ଲାଭ କରିଥିବା ମାଙ୍କ ଚୈତ୍ର ଯାତ୍ରା ପ୍ରଥମ ମଙ୍ଗଳ ବାର ଆଜିଠାରୁ ଆରମ୍ଭ ହୋଇଛି |ଏହା 4ପାଳି ହେବ | ଯାହାକୁ ନେଇ 3ଦିନ ତଳେ ଗଞ୍ଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ଏସପିଜଗମୋହନ ମିନା, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ସମସ୍ତ ଲାଇନ ବିଭାଗ ର ଅଫିସର ଙ୍କ ସହ ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ର ଉପସ୍ଥିତ ଥିଲେ |ଯେପରି କୌଣସି କ୍ଷେତ୍ର ରେ ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । କିଭଳି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ହେବ ତାହାକୁ ଗୁରୁତ୍ବ ଦିଆଯିବା ସହ ଶ୍ରଦ୍ଧଳୁ ମାନେ ସୁରୁଖୁରୁରେ ଆସି ମା’ଙ୍କୁ ଦର୍ଶନ କରିପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ।

ସେପଟେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ମାଙ୍କ ଯାତ୍ରାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରଦ୍ଧାଳୁ ମାନେ ।
ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଯାତ୍ରା ହେବ ସେ ନେଇ ବିଭିନ୍ନ ପଦକ୍ଷେପ ପାନୀୟ ଜଳର ବ୍ୟବସ୍ଥା, ରୋପ ୱେ ସହ ପାହାଚରେ ଶ୍ରଦ୍ଧାଳୁ ମାନେ କିଭଳି ବିନା କୈାଣସି ଅସୁବିଧାରେ ଆସିପାରିବେ ସେ ନେଇ ଦୃଷ୍ଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେପଟେ ଚଳିତ ବର୍ଷ ପୂର୍ବ ଅପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ । ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଦୁଇ ଅତିରିକ୍ତ ଏସପି, ତିନି ଡିଏସପି, ୧୪ ଜଣ ଇନ୍ସପେକ୍ଟର, ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।‌ ଏହାସହିତ କୈାଣସି ପ୍ରକାରର ଚୋରି ଓ ଲୁଟପାଟ ନ ହୁଏ ସେ ନେଇ ମଧ୍ୟ ପୋଲିସ ନଜର ରଖିବ ବୋଲି କହିଛନ୍ତି ଗଞ୍ଜାମ ଏସପି |.


ମା’ଙ୍କ ଚୈତ୍ର ଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ନେଇ ସେବାୟତ ମାନଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ । ଚୈତ୍ର ଯାତ୍ରା ସମୟରେ ମାଙ୍କ ଯେଉଁ ସବୁ ରୀତିନୀତି ରହିଛି ତାହା କିଭଳି ଶୃଙ୍ଗଳିତ ଭାବେ ହେବ ସେ ନେଇ ମଧ୍ୟ ସେବାୟତ ମାନେ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଥିଲେ । ଆଜି ତାହା ସେମାନେ କରିଛନ୍ତି | ସେପଟେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ହେତୁ ଅନେକ ଲୋକେ ଏହି ଚୈତ୍ର ଯାତ୍ରା ସମୟରେ ମାଙ୍କ ନିକଟରେ ନିଜର ପ୍ରଥମ ସନ୍ତାନର ଚୁଟି ମୁଣ୍ଡନ କରିବା ସହ ମାଙ୍କୁ ଭୋଗଲାଗି କରିଥାନ୍ତି । ଏହାସହ ମାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅତୁଟ ବିଶ୍ବାସ ମଧ୍ୟ ରହିଛି । ଚୈତ୍ର ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ସହ ମାଙ୍କ ଆଶିଷ ନେବାକୁ ଭକ୍ତ ମାନେ ଆଜି ସକାଳ ରୁ ଆସି ଛନ୍ତି | ଖରକୁ ଡରି ଭକ୍ତ ମାନେ ରାତ୍ରରୁ ବିଭିର୍ଣ୍ଣ ସ୍ଥାନରୁ ବସ , ଅଟୋ, କାର, ବୋଲର ରେ ଆସି ନିଜର କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସରିବ ସେହି ବ୍ୟବସ୍ଥା ସାରି ଗୃହ ମୁଖେ ଫେରି ଯାଆନ୍ତି | ଆଜି 30ରୁ 40 ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଭକ୍ତ ମାନେ ଉର୍ଧ୍ଵଗାମୀ ରୋପୱେ ପାବଛ ରାସ୍ତାରେ, ଏବଂ ମନ୍ଦିର ବସ ସେବାରେ ପାହାଡ଼ ଉପରକୁ ଯାଇ ବେରିକାଟ ରେ ଧାଡିରେ ଯାଇ ଶାନ୍ତି ଶୃଙ୍ଖଳା ରେ ମାଙ୍କ ଦର୍ଶନ କରିଥିଲେ | | ଆଜିର ଏହି ଯାତ୍ରା କୁ ଛତ୍ରପୁର ଏସପି, ଅତିରିକ୍ତ ଏସପି ବିଜୟ କୁମାର ମଲିକ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଏସିଆସିସି ପ୍ରିୟସ ରଞ୍ଜନ ଛୋଟ ରାୟ ଙ୍କ ସହିତ ଅନ୍ୟ ପୋଲିସ ଅଧିକାରୀ,, ପୋଲିସ କନେଷ୍ଟ ବଲ, ମାନେ କାର୍ଯ୍ୟ କରିଥିଲେ |.

ମା ତାରା ତାରିଣୀ ଆଜି ମହା କାଳୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇ ସମସ୍ତଙ୍କୁ ଆଶିଷ ପ୍ରଦାନ କରିଥିଲେ | ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ ସାହୁ, ବିଡ଼ିଓ ବିଜୟ କୁମାର ବେହେରା ଉପସ୍ଥିତ ରହି ଯାତ୍ରା କୁ ସଫଳ | ଅନ୍ୟମାନଙ୍କ ସହିତ ରାଜସ୍ବ କର୍ମଚାରୀ ଙ୍କ ସହିତ ତାରା ତାରିଣୀ କଲେଜ ର ଛାତ୍ର, ମାନଙ୍କ ସହିତ ଅଧ୍ୟାପକ ଏନ ମୋହନ, ଅଧାପକ ବିପ୍ଳବ ପ୍ରଧାନ, ଓ କଲେଜର ପୂର୍ବତନ ମୁଖ୍ୟ କିରାଣୀ ଟୁନା ମହାପାତ୍ର ଙ୍କ ସହ ଅନେକ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ | 4ଗୋଟି ସ୍ଥାନରେ ମୁଣ୍ଡନ ଶାଳ କରାଯାଇଥିଲା | ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡ଼ିଙ୍କ ସହିତ ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଭାପତି ତପନ କୁମାର ରଣା, ଜଗନ୍ନାଥ ରଣା ଦୁର୍ଗା ପ୍ରସାଦ ରଣା,ଲମ୍ବୋଦର ରଣା ଅଶୋକ ରଣା ପ୍ରକାଶ ରଣା ମିଟୁ ରଣା, କିଶୋର ଚନ୍ଦ୍ର ରଣା ଙ୍କ ସହିତ ଅନ୍ୟାନ୍ୟ ସେବାୟତ ମାନେ ସହଯୋଗ କରିଥିଲେ |