You are currently viewing ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ
ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

ଧରାକୋଟ ,21/11/23
ଧରାକୋଟ ନିକଟସ୍ଥ ବାଲ୍ମିକେଶ୍ୱର ମନ୍ଦିର ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଶିବ ଅର୍ପଣ ଭବନ ମୁଣ୍ଡମରାଇ ଶାଖା ତରଫରୁ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅଗ୍ନିଶମ ବିଭାଗ ଅଧିକାରୀ ଚିତ୍ତ ରଞ୍ଜନ ସାହୁ, ରାଜସ୍ୱ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ, ବନ ସଂରକ୍ଷକ ପ୍ରଦୀପ ପରିଛା,ଶିକ୍ଷୟତ୍ରୀ ଉର୍ବଶୀ ମଲିକ ଓ ସାମ୍ବାଦିକ ହୃଦାନନ୍ଦ ଜେନା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଉପସ୍ଥିତ ଅନାଥ ଆଶ୍ରମ ଅନ୍ତେବାସୀ ଓ ବ୍ରହ୍ମା କୁମାର,କୁମାରୀ ଭାଇ ଭଉଣୀ ମାନଙ୍କୁ ଈଶ୍ଵରୀୟ ସନ୍ଦେଶ ପ୍ରାପ୍ତିର ମାର୍ଗ, ସାର୍ନିଧ୍ୟ ଲାଭ,ଶୃଙ୍ଖଳିତ ଜୀବନ ଦର୍ଶନ ସହ ପରମ ପିତାଙ୍କ ବାଣିକୁ ପାଳନ କରିବା ପାଇଁ ମାର୍ଗ ଦର୍ଶନ କରାଯାଇଥିଲା । ମୁଣ୍ଡମରାଇ କେନ୍ଦ୍ରର ସଞ୍ଚାଳିକା ରାଜ ଯୋଗିନୀ ସୌଦାମିନୀ ଦିଦି ଏହାର ପରିଚାଳନା କରିଥିବା ବେଳେ ସହ ସଞ୍ଚାଲିକା ଲକ୍ଷ୍ମୀ ଦିଦି ସହାୟତା ପ୍ରଦାନ କରିଥିଲେ।