You are currently viewing ରଥ ନିର୍ମାଣ ପାଇଁ ବୁଗୁଡ଼ା ବନାଞ୍ଚଳରୁ ପୁରୀକୁ ଗଲା ୧୨ ଖଣ୍ଡ ଫାଶି କାଠ
ରଥ ନିର୍ମାଣ ପାଇଁ ବୁଗୁଡ଼ା ବନାଞ୍ଚଳରୁ ପୁରୀକୁ ଗଲା ୧୨ ଖଣ୍ଡ ଫାଶି କାଠ

ବୁଗୁଡା : ୨୧/୩(ଡ.କୁମୁଦ ଚନ୍ଦ୍ର ବେହେରା): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ପୁରୀକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରୁ ରଥ କାଠ ପ୍ରେରଣ କରାଗଲା। ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଖରିଡା, ବଡଖୋଲି ଓ ସାନଖୋଲି ଅଞ୍ଚଳରୁ ୧୨ ଜଣ ଧାର୍ମିକ ବ୍ୟକ୍ତି ଉକ୍ତ ୧୨ଟି ବୃହତ ଫାଶି ଗଛ ରଥ ନିର୍ମାଣ ସକାଶେ ଦାନ କରିଥିଲେ। ପୂଜାପାଠ ସମ୍ପାଦନ କଲାପରେ କାଠଗୁଡିକୁ ସ୍ଥାନୀୟ ବଡଦାଣ୍ଡ ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା। ସେଠାରେ ବାଦ୍ୟ ବାଜଣା ସହ ରଥ କାଠଗୁଡ଼ିକୁ ପୂଜାର୍ଚ୍ଚନା ପରେ ଟ୍ରକରେ ସେଗୁଡ଼ିକୁ ପୁରୀକୁ ପ୍ରେରଣ କରାଯାଇଥିଲା। ଉକ୍ତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଡ.ବିପାଶା ପାରୁଲ, ଏସିଏଫ୍ ପ୍ରଦୀପ କୁମାର ବେହେରା, ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ଓ ସମସ୍ତ ବନ କର୍ମଚାରୀ, ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାଗଣ, ଅଞ୍ଚଳର ବୁଦ୍ଧିଜୀବୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।