You are currently viewing ତାରାତାରିଣୀ ମନ୍ଦିର ତଳ ସିଂହଦ୍ୱାର ନିକଟରେ 2ଦିନଧରି ଚାଲିଛି କଳସ ଯାତ୍ରା ନାମଯଂଜ୍ଞ ଓ 108 କୁଣ୍ଡିୟ ଘୃତ ଯଜ୍ଞ |
ତାରାତାରିଣୀ ମନ୍ଦିର ତଳ ସିଂହଦ୍ୱାର ନିକଟରେ 2ଦିନଧରି ଚାଲିଛି କଳସ ଯାତ୍ରା ନାମଯଂଜ୍ଞ ଓ 108 କୁଣ୍ଡିୟ ଘୃତ ଯଜ୍ଞ |

ପୁରୁଷୋତ୍ତମପୁର 2ଦିନ ଧରି ବିଭିର୍ଣ୍ଣ କାର୍ଯ୍ୟକ୍ରମ ନିଖିଳ ଉତ୍କଳ ଶୈବ ପାଞ୍ଚଳ ବିଶ୍ୱ ବ୍ରାହ୍ମଣ ସମାଜ ମହାସଂଘ ତରଫରୁ, ସମାଜ ମହାସଂଘ ସଭାପତି ଡି ଶିବରଞ୍ଜନ ଆଚାରୀ , ସମ୍ପାଦକ, ଓ କୋଷାଧକ୍ଷ , ଙ୍କସହିତ ଯୁଗ୍ମ ସମ୍ପାଦକ ଉପସଭାପତି ଙ୍କ ସହିତ ସମସ୍ତ ପରିଚାଳନା କମିଟି ସହାୟତା ରେ 2ଦିନ ଧରି କଳସ ଯାତ୍ରା, ନାମଯଂଜ୍ଞ ସହିତ ବରିଷ୍ଟ, ବିଦ୍ୱାନ 108 ପାଣ୍ଡିତଙ୍କ ଉପସ୍ଥିତି ରେ 108 କୁଣ୍ଡିୟ ଅମ୍ବା ଘୃତ ଯଜ୍ଞ , 1008 ବେଲପତ୍ରି ରେ ଦୁର୍ଗାଙ୍କୁ ଅଭିଷେକ ପୁଜା କରା ଯାଇଥିଲା ଓ ଅପରାହ୍ନ ରେ ସବୁ କୁଣ୍ଡରେ ଏକ କାଳୀନ ସବୁ ଦେବତାଙ୍କ ମନ୍ତ୍ର ରେ ଘୃତ ଯଜ୍ଞ କରାଯାଇଥିଲା |

ବିଶ୍ୱର ମଙ୍ଗଳ କାମନା ନିମିତ୍ତ, ପ୍ରଥମ ଥର କରି ତାରାତାରିଣୀ ପୀଠରେ ଏହି 108 କୁଣ୍ଡିୟ ଘୃତ ଯଜ୍ଞ କରାଯାଇଥିଲା | ଏହି କାର୍ଯ୍ୟ କ୍ରମରେ ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରୁ ଏହି ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବ୍ରାହ୍ମଣ ସମାଜ ମହାସଂଘ ର କର୍ମକର୍ତ୍ତା, ସଦସ୍ୟ ମାନେ ଏଠାରେ ଉପସ୍ଥିତ ରହି ଏହି ଘୃତ ଯଂଜ୍ଞରେ ସହଯୋଗ କରି ମା ତାରାତାରିଣୀ ଙ୍କୁ ଦର୍ଶନ କରି ତାଙ୍କର ଆଶ୍ରୟ ନେଇଥିଲେ

ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ