ପୁରୁଷୋତ୍ତମପୁର ବ୍ଳକ ର ବୈଠକ ହଲରେସହର ରେ ଚାଲିଥିବା ପଞ୍ଚ ଠାକୁରାଣୀ ଯାତ୍ରା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଅଛି | ଏହି ବୈଠକସ୍ଵପ୍ନେଶ୍ଵର ବଜାର କମିଟି ର ମୁଖ୍ୟ ଅଧିକାରୀ,ସଭାପତି ଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିଲା | ଏଥିରେ ମୁଖ୍ୟ ଭାବରେ ବିଡ଼ିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଏସଡ଼ି ପିଓ ରଜନୀ କାନ୍ତ ସାମଲ ଓ ଆଇ ଆଇ ସି ପ୍ରିୟସ ରଞ୍ଜନ ଛୋଟରାୟ, ମଞ୍ଚାସିନ ଥିଲେ | ଏହି ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ରେ ସମାପନ ହେବ ତାଉପରେ ଯାତ୍ରାର ଅଧିକାରୀ ରମାକାନ୍ତ ଦାଶ ସମସ୍ତ ବ୍ୟବସ୍ୟାୟି ଗ୍ରୁପ, ପରିଚାଳନା କମିଟି, ସହଯୋଗୀ କମିଟି ଙ୍କ ସହିତ ସ୍ଵେଛା ସେବୀ ଓ ଯୁବ କ ମାନଙ୍କୁ ନେଇ ଲୋକଙ୍କ ସୁବିଧା ରେ ଯାତ୍ରା ଦେଖି ବା ସହିତ ବିଭିର୍ଣ୍ଣ କଳାକୁଞ୍ଜ, ମେଢ଼, ଓ ମିନବଜାର, ଅପେରା କୁ ଦେଖି ଭଲରେ ଘରେ ପହଞ୍ଚି ପାରିବେ ତାଉପରେ ବିସ୍ତୃତ ଆଲୋଚନା ହୋଇଥିଲା | ପାର୍କିଙ୍ଗ ଠାରୁ ଆରମ୍ଭ କରି ଲୋକମାନେ କିପରି ଧାଡି ରେ ଯିବା ଆସିବା କରି ପାରିବେ ତାଉପରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ | ଏହି ବୈଠକ ରେ ସବୁ ବିଭାଗ ର ଅଧିକାରୀ ଯଥାଛତ୍ରପୁର ଉପଜିଲ୍ଲାପାଳ, ପୂର୍ତ୍ତ ବିଭାଗ ଏସି, ବିଦ୍ୟୁତ, ରାସ୍ତା, ପୂର୍ତ୍ତ, ଫାୟାର, ଅବକାରୀ, ପୋଲିସ, ମେଡିକାଲ, ଜନଶ୍ୱାସ୍ତ୍ୟ, ଲେବର ବିଭାଗ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ସବୁ ବିଭାଗ ର ନିର୍ବାହୀ ଯନ୍ତ୍ରୀ, ଏସଡ଼ିଓ, ଯେଇ ମାନେ ଉପସ୍ଥିତ ରହି ଏହି ଯାତ୍ରା ରେ କିପରି ଶାନ୍ତି, ଶୃଙ୍ଖଳା, ରେ ଭକ୍ତ ମାଙ୍କୁ ଦର୍ଶନ କରି ସମସ୍ତ ଯାତ୍ରୀ ମାନେ ଯାତ୍ରାର ମଜା ଉଠାଇ ପାରିବେ, କୌଣସି ବିଶୃଙ୍ଖଳା ଯେପରି ନହୁଏ ,

ତାସହିତ ଗାଡ଼ି ପାର୍କିଙ୍ଗ କେଉଁ, କେଉଁ ସ୍ଥାନରେ ହେବ, ତାସହିତ ଲୋକଙ୍କୁ ପାନୀୟ, ଜଳ ଯୋଗାଣ, ଯୋଗାଇ ହେବ, ଅତ୍ୟନ୍ତ ଗରମ ହେତୁ ଟେଣ୍ଟ ର ସୁ ବ୍ୟବସ୍ତା ହୋଇ ପାରିବ ତାଉପରେ ତର୍ଣ, ତର୍ଣ କରି ସବୁ ବିଭାଗ ଙ୍କ ସହିତ ଆଲୋଚନା କରିଥିଲେ | ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲି ସେହିଦିନ ମା ପଞ୍ଚ ଠାକୁରାଣୀ ପାହାନ୍ତିଆ ସମୟରେ ନିଜ ମନ୍ଦିର କୁ ଚାଲି ଯିବେ | ତାଉପରେ ସବୁ ପ୍ରକାର କଥା ବାର୍ତ୍ତା ହୋଇ ଥିଲା | ଯାତ୍ରା କମିଟି ସହ ଏକ କୋର କମିଟି ଗଠନ କରିବା ସହିତ ସମସ୍ତ କାଉନ ସିଲର, ମିଡ଼ିଆ ଙ୍କୁ ନେଇ ସବୁ ଅଫିସର ଙ୍କ ନିୟମ କୁ ମାନି କାର୍ଯ୍ୟ କରିବାକୁ ସମସ୍ତ କମିଟି ରାଜି ହୋଇଥିଲେ

ପୁରୁଷୋତ୍ତମପୁର ପ୍ରତିନିଧି : ପ୍ରସନ୍ନ କୁମାର ଦାସ
