ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡଡୁମ୍ବୁଳା ପଞ୍ଚାୟତ ଅଧିନସ୍ଥ ଝଗଡ଼ପଲ୍ହି ଗ୍ରାମରେ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ତଥା ମାଁ ଗ୍ରାମଦେବତୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ଜଣାପଡିଛି । ଏହି ଅବସରରେ ମାଁ ଙ୍କ ଅପାର କରୁଣା ଲାଭ କରିବା ସହ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ନିମନ୍ତେ ଶୁଖ ସମୃଦ୍ଧି ହେଉ ବୋଲି ଆର୍ଶୀବାଦ ପ୍ରାର୍ଥନା କରିଥିଲେ । ସେହିପରି ଦିଗପହଣ୍ଡି ଜିଲ୍ଲା ସ୍ତରୀୟ ତିନି ତାଲୁକା ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ମହାସଭାରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାସଭା ପରିଚାଳନା କମିଟି ତଥା ସଭାପତି ମନୋରଞ୍ଜନ ଗୌଡଙ୍କ ଦ୍ବାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା ,ଗୋକର୍ଣପୁର ପୂର୍ବତନ ସରପଞ୍ଚ ଅସିତ୍ କମାର ସାହୁ , ଖମ୍ବାରୀ ଗାଁ ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର ,ଦିଗପହଣ୍ଡି ପୂର୍ବତନ ନଗରପାଳ ଉଦୟନାଥ ସ୍ବାଇଁ , ସମବାୟ ସଭାପତି ପ୍ରମୋଦ ପାଣିଗ୍ରାହୀ, ଯୁବନେତା ମନୋଜ ସାହୁ , ମହେଶ ପ୍ରଧାନ , ରାଜ କିଶୋର ମହାନ୍ତି , ବିକ୍ରମ ସିଂ , ସନ୍ନ୍ୟାସୀ ପ୍ରଧାନ ,ଆଲୋକ ସାହୁ , ଜ୍ୟୋତିରାଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
