ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଯାତ୍ରାର 18 ଦିନ ବିତି ଯାଇଛି, ଆଉମାତ୍ର ବାକି ଆଠ ଦିନ, ମା ଅସ୍ଥାୟୀ ମନ୍ଦିର ରୁ ପଞ୍ଚ ଘଟ ସହିତ ବିରାଟ ପାଟ, ପଟୁଆର ରେ ନଗର ପରିଭ୍ରମଣ କରି ଜନ ସାଧାରଣ ଙ୍କୁ ଦର୍ଶନ ଦେବା ସହିତ ଭକ୍ତ ଙ୍କୁ ଆଶିଷ ପ୍ରଦାନ କରୁଛନ୍ତି | ଏହାସହ ଆଜିଠାରୁ ଲୋକଙ୍କ ମନୋରଞ୍ଜନ ପାଇଁ ମିନା ବଜାର ରେ ଦୋଳି ଓ ବିଭିର୍ଣ୍ଣ ପସରା, କିଛି ଖାଦ୍ୟ ବଜାର ରେ ପିଲାଙ୍କ ନିମନ୍ତେ ଗୁପଚୁପ , ଦହିବରା, ବହୁ ଖେଳଣା, ଇତ୍ୟାଦି ପିଲା ଠାରୁଯୁବକ ମାନେ ଆକୃଷ୍ଟ ହେଉ ଛନ୍ତି |

ତେବେ ଦୋଳି କୁ ଆଜି ତାର ପରିଚାଳକ ରବୀନ୍ଦ୍ର ନାଥ ମହାରଣା ଙ୍କ ଡାକରା ରେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ସହ , ବାର ଓକିଲ ସଙ୍ଘ ସମ୍ପାଦକ ସିମାଞ୍ଚଳ ମିଶ୍ର, କାଉନ ସିଲର ଅଶୋକ ମହାଙ୍କୁଡ, ଏବଂ କପିଳେଶ୍ୱର ବଣିକ ସଙ୍ଘ କର୍ମକର୍ତ୍ତା, ପରିଚାଳନା କମିଟି, ସହଯୋଗ କମିଟି ଉପସ୍ଥିତ ରେ ଉଦଘାଟନ କରିଛନ୍ତି | ଅଧିକାଂଶ ସାହିରେ ମେଢ଼ ଓ କଳା କୁଞ୍ଜ ର ନିର୍ମାଣ ଚାଲିଛି | ଆସନ୍ତା 30 ତାରିଖ ରେ ଯାତ୍ରା ସମ୍ପର୍ଣ୍ଣ ହେବ | ଏଥିପାଇଁ ଯାତ୍ରାରେ କୌଣସି ଅସୁବିଧା, ଟ୍ରାଫିକ ନିୟନ୍ତ୍ରଣ ସହିତ, କୌଣସି ସ୍ଥାନରେ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ପୋଲିସ ଷ୍ଟାଫ ଙ୍କ ସହ ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ,ଓ ଆଇ ଆଇସି ପ୍ରିୟସ ରଞ୍ଜନ ଛୋଟ ରାୟ ନଜର ରଖି ଛନ୍ତି | ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ


