ଖଲ୍ଲିକୋଟ 31.12 ଆଗାମୀ ଜାନୁଆରୀ ୧୭ ତାରିଖ ରେ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ ହେବାକୁ ଯାଉଥିବା ବେଳେ ରାଜ୍ୟ ତଥା ରାଜ୍ଯ ବାହାରୁ ବିଦେଶ କୁ ଜଗନ୍ନାଥଙ୍କ ନିମନ୍ତ୍ରଣ ଶୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ଖଲ୍ଲିକୋଟର ୩୦୦ବର୍ଷର ପୁରାତନ ତଥା ଓଡ଼ିଶାର ଦ୍ୱିତୀୟ ଉଚ୍ଚତମ ଜଗନ୍ନାଥ ମନ୍ଦିର ଯାହାକି ଖଲ୍ଲିକୋଟ ରାଜ ବଂଶର ଅକ୍ଷୟ କୀର୍ତ୍ତି କୁହାଯାଉଛି ।ଏହି ପରି ଏକ ମନ୍ଦିର ଇତିହାସ ପୃଷ୍ଠ| ରେ ଏକ ଗୁରୁତ୍ଵ ବହନ କରିଆସୁଛି ଏହି ପରି ଏକ ଦେବାଳୟ କୁ ପୁରୀ ଶ୍ରୀମନ୍ଦିରର ପ୍ରଶାସନ ନିମନ୍ତ୍ରଣ ପତ୍ର ନଦେଇ ଚରମ ଅବହେଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳ ର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖିତ, ମର୍ମାହତ ଓ ବ୍ୟଥିତ କରିଛି l ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ର ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଲୀଳା କ୍ଷେତ୍ର କୁ ପୁରୀ ଶ୍ରୀ ମନ୍ଦିର ସେବାୟତ ଓ ପ୍ରଶାସନିକ ପ୍ରତିନିଧିମାନେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଗୁଆ ପ୍ରଦାନ କରିଥିବା ବେଳେ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ଙ୍କୁ ନିମନ୍ତ୍ରଣ ରୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି |ଓଡିଶା ର ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର କୁ ରୂପାନ୍ତରିତ ବାବଦ ରେ 5 ଟି କୋଟି କୋଟି ଟଙ୍କା ବାଣ୍ଟୁଥିବା ବେଳେ ଖଲ୍ଲିକୋଟ ର ଜଗନ୍ନାଥ ମନ୍ଦିର କୁ ପଇସାଟିଏ ମିଳିଲାଣି | ଏବେବି ମୁଖ୍ୟ ମନ୍ଦିର ରେ ବାଉଁଶ ବନ୍ଧା ଯାଇ ମରାମତି କାମ ଅଧାରେ ଅଟକିଛି |ବାରମ୍ବାର ଅଭିଯୋଗ କରି ଜଗନ୍ନାଥ ପ୍ରେମୀ ମାନେ ନୟାନ୍ତ ହେଲେଣି ତଥାପି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି | ଏଣେ ଜଗନ୍ନାଥ ନାମରେ ଥିବା କୋଟି କୋଟି ଟଙ୍କା ର ମୂଲ୍ୟବାନ ସମ୍ପତି ଲୋକ ମାନେ ବଂଶ|ନୁକ୍ରମିକ ଭାବେ ଦାଖଲ କରି ମୁନଫା ଉଠାଉଛନ୍ତି |ଖୋଦ ଖଲ୍ଲିକୋଟ ବସ ଷ୍ଟାଣ୍ଡ ରେ ବହୁ କୋଟି ଟଙ୍କା ର ସମ୍ପତି କୁ ଲୋକ ମାନେ ମାଡି ବସି ପଟ୍ଟା କରିବା ପାଇଁ ମସୁଧା କରୁଥିବା ବେଳେ ମନ୍ଦିର ସମୂହ କମିଟି ର ସଭାପତି କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିରବ ଲୋକଙ୍କ ମନରେ ଅସନ୍ତୋଷ କୁହୁଳୁଛି | ଉକ୍ତ ମନ୍ଦିର କୁ ବ୍ୟକ୍ତିଗତ ମାଲିକାନା ରେ ରଖିବା ଯୋଗୁ ଏହି ମନ୍ଦିର ର ବିକାଶ କିମ୍ବା ନୀତିକାନ୍ତି ଏପରିକି ଶ୍ରୀଗୁଣ୍ଡିଚା ଯାତ୍ରା ପରିଚାଳନା କ୍ଷେତ୍ର ରେ କୌଣସି ସରକାରୀ ସହାୟତା ମିଳୁନଥିବା ସାଧାରଣ ରେ ଆଲୋଚନା ଜୋର ଧରିଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
