ଖଲ୍ଲିକୋଟ : 4/3 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ଚକା ଠାକୁର ଙ୍କ ମନ୍ଦିର ପରିସର ରେ ପାଞ୍ଚ ଦିନ ବ୍ୟାପି ହରି ହରାତ୍ମକ ନବ କୁଣ୍ଡିୟ ମହା ଯଜ୍ଞ ଆରମ୍ଭ ହୋଇଯାଇଛି |ଯଜ୍ଞ ର ପ୍ରଥମ ଦିବସ ରେ ଚିକିଲି ଗ୍ରାମର ପ୍ରାୟ ତିନି ହଜାର ମହିଳା ନିକଟସ୍ଥ ପୋଖରୀ ରୁ ପାଣି ଧରି ଏକ ବିରାଟ ଭବ୍ୟ କଳସ ଯାତ୍ରା ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଂଚି ଥିଲେ |

ପାଞ୍ଚ ଦିନ ବ୍ୟାପି ଏହି ବିଶ୍ୱ ଶାନ୍ତି ଯଜ୍ଞ ରେ ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ପ୍ରଭୃତି ଅନୁଷ୍ଠିତ କରିବା ପାଇଁ ପୁରୀ ଓ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ବେଦଜ୍ଞ ବ୍ର|ହ୍ମଣ ପଣ୍ଡିତ ମାନେ ଯୋଗ ଦେଇ ଯଜ୍ଞ ଆହୁତି ପ୍ରଦାନ କରିବେ ବୋଲି ଚିକିଲି ଗ୍ରାମ୍ୟ କମିଟି କର୍ମକର୍ତା ଗଙ୍ଗାଧର ଖୁଣ୍ଟିଆ ଓ ଅବସର ପ୍ରାପ୍ତ ଶିକ୍ଷକ ରାମ ଚନ୍ଦ୍ର ଗୌଡ଼ ପ୍ରକାଶ କରିଛନ୍ତି |ପ୍ରକାଶ ଥାଉକି ଚିକିଲି ଚକା ଠାକୁର ଦିନେ ପୁରୀ ଶ୍ରୀ ଜଗନାଥ ଙ୍କ ଏକ ଲୀଳା କ୍ଷେତ୍ର ଥିଲା |ଗତ 1733 ମସିହାରେ ମୋଗଲ ସେନାପତି ତ କି ଖାଁ ଙ୍କ ଆକ୍ରମଣ ସମୟ ରେ ପ୍ରଭୁ ଜଗନ୍ନାଥ ଏଠାରେ ଥିବା ଘନ ଜଙ୍ଗଲ ପରିବେଶ ମଧ୍ୟରେ ଅବସ୍ଥାନ କରିଥିଲେ |

ଫଳରେ ଲୀଳା କୁ ସ୍ମୃତି ଚାରଣ କରି ପ୍ରତି ବାର ବର୍ଷ କୁ ଥରେ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି | ଉକ୍ତ ଯଜ୍ଞ ଦେଖିବାକୁ ଖଲ୍ଲିକୋଟ ଆଖପାଖ ଅଂଚଳର ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )
