ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଯାତ୍ରାର 27 ଦିନ ବିତି ଯାଇଛି, ଆଉମାତ୍ର ବାକି 3 ଦିନ, ମା ଅସ୍ଥାୟୀ ମନ୍ଦିର ରେ ବିଦ୍ୟମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି | ଏହାସହ ଆଜିଠାରୁ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତେକ ସାହିରେ କଳାକୁଞ୍ଜ ବାହାରିଲାଣି ଏହାସହ ବ୍ୟବସ୍ୟାୟି ମାନେ ପ୍ରତେକ ସ୍ଥାନରେ ଆସୁଥିବା ଦର୍ଶକ ଓଭକ୍ତ ଙ୍କ ନିମନ୍ତେ ବିଭିର୍ଣ୍ଣ ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି | ଯାହାକୁ ଖାଇବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି| କେଉଁ ଠାରେ ଚଉମିନି, ବିରିୟାନୀ, ହାଲୁଆ, ଆଇସ କ୍ରିମ, ଥଣ୍ଡା ପାନୀୟ, ଗୁପଚୁପ, ଖିରି, ମାଲପୁଆ, ଇତ୍ୟାଦି ଖାଦ୍ୟ ପଦାର୍ଥ ବିତରଣ କରାଯାଉଛି | ତାସହିତ ମିନା ବଜାର ଦୋଳି ଓ ବିଭିର୍ଣ୍ଣ ପସରା, କିଛି ଖାଦ୍ୟ ବଜାର ରେ ପିଲାଙ୍କ ନିମନ୍ତେ ଗୁପଚୁପ , ଠୁଙ୍କା ପୂରୀ,ଦହିବରା ଆଳୁଦମ ବହୁ ଖେଳଣା, ଇତ୍ୟାଦି ପିଲା ଠାରୁ ଯୁବକ ଏବଂ ମହିଳା ମାନଙ୍କୁ ଆକୃଷ୍ଟ କରୁଛି || ତେବେ ଗତ କାଲିଠାରୁ ଅପେରା ରଙ୍ଗ ମହଲ ରେ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳୁଛି | ଅଧିକାଂଶ ଲୋକଙ୍କ ମୁଖ୍ୟ ଆକର୍ଷଣ ରେକେଡ଼ ଡେନ୍ସ | ରେକେଡ଼ ଡେନ୍ସ ର ତାଳେ, ତାଳେ ଦର୍ଶକ ବିଭୋର ହୋଇ ଥାନ୍ତି | ତେବେ ଗତ କାଲିଠାରୁ ସବୁସ୍ଥାନ ରେ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳୁଛି |
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ

