You are currently viewing ଦିବ୍ୟ ଜୀବନ ସଂଘର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ |
ଦିବ୍ୟ ଜୀବନ ସଂଘର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

ଖଲ୍ଲିକୋଟ :27/1
ଆଜି ଖଲ୍ଲିକୋଟ ଦିବ୍ୟ ଜୀବନ ସଂଘ ଶାଖା ତରଫରୁ ସ୍ଥାନୀୟ ସ୍ୱାଧାୟ କେନ୍ଦ୍ରରେ ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ସଂଘର ୫ମ ବାର୍ଷିକ ଉତ୍ସବ ଅବସରରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ପୂର୍ବାହ୍ନ ରେ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଭକ୍ତମାନଙ୍କୁ ନେଇ ନଗର ପରିକ୍ରମା କରାଯାଇ ଥିଲା lଏହି କାର୍ଯ୍ୟକ୍ରମରେ ଅନ୍ତରାଷ୍ଟିୟ ଦିବ୍ୟ ଜୀବନ ସଂଘର ଉପସଭାପତି ପୂଜ୍ୟ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ ମହାରାଜ ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଥିଲେ l ସକାଳ ୯ଘଣ୍ଟିକା ସମୟରେ ଗୁରୁ ମହାରାଜଙ୍କ ପାଦ ପୂଜା କରିବା ସହିତ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ

ଭବ୍ୟ ଶୋଭା ଯାତ୍ରାଦ୍ଵାରା ପାଛୋଟି ନିଆଯାଇ ଥିଲା , ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗୁରୁ ମହାରାଜ ଆଧ୍ୟାତ୍ମିକ ସମ୍ମିଳନୀ ରେ ଯୋଗ ଦେଇ ମଣିଷ ସମାଜ ରେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ବ୍ରହ୍ମଜ୍ଞାନର ଯଥେଷ୍ଟ ଆବଶ୍ୟକତା ଓ ଗୁରୁତ୍ୱ ରହିଥିବା ପ୍ରକାଶ କରିଥିଲେ l ତତ୍ ସହିତ ପ୍ରତ୍ୟେକ ମଣିଷ ଆତ୍ମବିଜ୍ଞାନର ଜ୍ଞାନ ଆହରଣ କରି ଜୀବ ର ଲକ୍ଷ୍ୟ, ପରମାତ୍ମା ପ୍ରାପ୍ତି, ଭାଗବତ ଅନୁଗାମୀ ଓ ଭକ୍ତିର ନିୟମକୁ ଗୁରୁ ନିର୍ଦ୍ଧେଶ କ୍ରମେ ଶ୍ରଦ୍ଧାର ସହିତ ପାଳନ କରିବା ଦ୍ଵାର ଦୁଃଖ, ଯନ୍ତ୍ରଣା, କ୍ଲେଶ ,ବିଷାଦ ତଥା ଲୋଭ ଇତ୍ୟାଦି ଅପସରି ଯିବା କଥା ଉପସ୍ଥାପନ କରିଥିଲେ l ଦିବ୍ୟ ଜୀବନ ସଂଘ ଖଲ୍ଲିକୋଟ ଶାଖାର ବ୍ରହ୍ମନିଷ୍ଟ ତଥା ଆଧ୍ୟାତ୍ମିକ ଚେତନା ବାଦି ସମସ୍ତ ଙ୍କ ଖଲ୍ଲିକୋଟ ନଗରପାଳ ଶ୍ରୀ ନିରଞ୍ଜନ ବେହେରା ଏହି ଭବ୍ୟ

କାର୍ଯ୍ୟକ୍ରମର କେତେକ ବିଶେଷ ଦାୟିତ୍ଵ ରେ ରହିବା ସହିତ ସଂଘ ସହ ଜଡ଼ିତ ଜଣେ ବରିଷ୍ଟ ସଦସ୍ୟ ଭାବରେ ଭକ୍ତ ଭକ୍ତି କଥା କୁ ଉପସ୍ଥାପନ କରିବାକୁ ଯାଇ ସମସ୍ତ ମାନବ ସମାଜକୁ ପବିତ୍ର ଆତ୍ମା ବୋଲି କହିବା ସହିତ ନିଜର ଜନ୍ମ ଦିନ ରେ ସାଧୁ ସନ୍ଥ ମାନଙ୍କ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେ କରିଥିଲି l ପରିଶେଷରେ ସମସ୍ତ ଅତିଥି ଓ ଆଖପାଖ ରୁ ଆସିଥିବା ଏକ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲେ |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )