ଅନୁଗୁଳ: (ଦିଲୀପ କୁମାର ଚୋପଦାର)
ତୃତୀୟ ଥର ପାଇଁ କୁରୁକ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ,ତାଙ୍କ ଧର୍ମ ପତ୍ନୀ ତଥା ଜିନ୍ଦଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀମତୀ ଶାଲୁ ଜିନ୍ଦଲ ଏବଂ ତାଙ୍କ ମାତା ଓ.ପି. ଜିନ୍ଦଲ ଗ୍ରୁପର ସମ୍ମାନିତ ଅଧ୍ୟକ୍ଷା ତଥା ହରିୟାଣାର ହିସାର ବିଧାୟିକା ଶ୍ରୀମତୀ ସାବିତ୍ରୀ ଜିନ୍ଦଲ ପ୍ରମୁଖ ରଥଯାତ୍ରାରେ ପ୍ରଧାନ ସେବକ ଭାବେ ଦାୟିତ୍ଵ ତୁଲାଇଥିଲେ। ଶ୍ରୀ ନବୀନ ଜିନ୍ଦଲ ପହଣ୍ଡି କାର୍ଯ୍ୟକ୍ରମରେ ଭାଗ ନେବା ସହ ରଥରେ ସମର୍ଜନୀ ଧରି ଛେରା ପହଁରା କରିଥିଲେ।

ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ କହିଥିଲେ, ” ମୁଁ ସର୍ବଶକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସେ ଆମ ସମସ୍ତଙ୍କୁ ତାଙ୍କର ଦିବ୍ୟ ଆଶୀର୍ବାଦ ପ୍ରଦାନ କରନ୍ତୁ। ଏହା ଏଭଳି ଏକ ପର୍ବ ଯେଉଁଠାରେ ସମସ୍ତେ ସମାନ – ଧନୀ ଏବଂ ଗରିବଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମେ ରଥ ଟାଣିବା ପାଇଁ ଏକାଠି ହୋଇ ବିଶ୍ୱର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରୁଥାଉଁ । ଜିନ୍ଦଲ ପରିବାର ପକ୍ଷରୁ, ମୁଁ ସମସ୍ତଙ୍କୁ ଏକ ଆନନ୍ଦଦାୟକ ଏବଂ ଆଶୀର୍ବାଦପୂର୍ଣ୍ଣ ରଥଯାତ୍ରା କାମନା କରୁଛି। ”

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଶ୍ରୀ ଜିନ୍ଦଲ ପୁରୀରେ ଭକ୍ତମାନଙ୍କ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଚାଲିଥିବା ଗରମ ରନ୍ଧା ଖାଦ୍ୟ ଏବଂ ଥଣ୍ଡା ପାନୀୟ ଜଳ ସେବା ବିଷୟରେ ଉଲ୍ଲେଖ କରିଥିଲେ, ଯାହା ସୁନାବେଶ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀ ଜିନ୍ଦଲ କହିଥିଲେ,” ଆମେ ୧୧ ବର୍ଷ ଧରି ଲଗାତାର ଜଗନ୍ନାଥ ଧାମ ପୁରୀରେ ଭକ୍ତଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସୌଭାଗ୍ୟବାନ ମନେ କରୁଛୁ।”
ରଥଟଣା ପୂର୍ବରୁ ସକାଳେ ମନ୍ଦିରରେ ନେତ୍ର ଲାଗି, ନବ ଯୌବନ ଦର୍ଶନ, ମଙ୍ଗଳ ଆରତୀ, ପହଣ୍ଡିବିଜେ ଆଦି ପାରମ୍ପରିକ ରୀତିନୀତି ଆୟୋଜିତ ହୋଇଥିଲା । ଜିନ୍ଦଲ ପରିବାରର ସଦସ୍ୟମାନେ ଦେବଭୂମିର ମୁଖ୍ୟ ସେବାୟତ ଶ୍ରୀକାନ୍ତ ଜୀଙ୍କ ତତ୍ତ୍ୱାବଧାନରେ ଭକ୍ତିଭାବ ସହ ସମସ୍ତ ନିତିକାନ୍ତି ତୁଲାଇଥିଲେ। ସବୁଠାରୁ ଆକର୍ଷଣର କେନ୍ଦ୍ର ଥିଲା କି ଦେବୀ ସୁଭଦ୍ରାଙ୍କ ପହଣ୍ଡି ଓ ରଥ ଟଣାରେ କେବଳ ମହିଳାମାନେ ନିୟୋଜିତ ହୋଇ ନୀତି ସମ୍ପର୍ଣ୍ଣ କରିଥିଲେ।

