ଖଲ୍ଳିକୋଟ: ତା -୧୭/୦୭ ବୁଧବାର ଦିନ ଖଲ୍ଳିକୋଟ ଶ୍ରୀଜିଉ ମାନଙ୍କ ରଥଯାତ୍ରାର ଏଗାର ଦିନ ପୁର୍ତ୍ତି ହୋଇଥିବା ବେଳେ ଏହି ଅବସରରେ ହରିଶୟନ ଏକାଦଶୀ ଓ ଶ୍ରୀ ଜିଉ ମାନଙ୍କ ସୁନାବେଶ ମହାସମାରୋହରେ ପାଳିତ ହେବା ସହ ସିଂହ ଦ୍ବାରା ସମ୍ମୁଖରେ ବଡ ଏକାଦଶୀ ବ୍ରତୀ ଓ ସୁନାବେଶ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୬ଘଟିକା ସମୟରେ ସନ୍ଧ୍ୟା ଆଳତି ଓ ଅନ୍ୟାନ୍ୟ ନିତି ପାଳନ ସହ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ସ୍ବର୍ଣ୍ଣାଦି ଅଳଙ୍କାରରେ ଆଭୁଷଣ କରାଯାଇ ରଥ ଉପରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ବିରାଜମାନ କରାଯାଇଥିଲା। ଦୁଲ୍ଲଭ ସୁନାବେଶ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସିଂହ ଦ୍ବାର ନିକଟରେ ରଥା ରୁଢ଼ ଚତୁର୍ଦ୍ଧା ମୂର୍ତ୍ତି ମାନଙ୍କୁ ମନଭରି ଦର୍ଶନ କରି ସ୍ବର୍ଗୀୟ ଆନନ୍ଦ ଅନୁଭବ କରିଥିଲେ।ବ୍ରାହ୍ମଣ ସେବାୟତ ମାନେ ଶ୍ରୀ ଅଙ୍ଗ ରେ ରେ କିରିଟି ମଠମାନୀ ଓ ବାହୁଟି ସମେତ ବିଭିନ୍ନ ଆଭୂଷଣ ଓ ଆୟୁଧ ରେ ସଜ୍ଜିତ କରିଥାନ୍ତି |ଜଗନ୍ନାଥ ଙ୍କ ହୀରା ଲୀଳା ବହୂ ପାରମ୍ପରିକ ଅଳଙ୍କାର ଥିଲା କିନ୍ତୁ ସେ ସବୁ କୁଆଡେ ଗଲା ବୋଲି ସାଧାରଣ ରେ ପ୍ରଶ୍ନ ଉଙ୍କି ମରୁଛି |ସେହି ଗୋଟିଏ ପ୍ରକାର ଅଳଙ୍କାର ପ୍ରତିବର୍ଷ ଶ୍ରୀ ଅଙ୍ଗ ରେ ଲାଗି ଆସୁଛି |
( ରିପୋଟ – ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
