You are currently viewing ଫାଶି ଠାରେ କାର୍ତ୍ତିକ ମହୋତ୍ସବ, ଯୋଗଦେଲେ ହଜାର ହଜାର ମହିଳା
ଫାଶି ଠାରେ କାର୍ତ୍ତିକ ମହୋତ୍ସବ, ଯୋଗଦେଲେ ହଜାର ହଜାର ମହିଳା

ଧର୍ମ ମାସ କାର୍ତ୍ତିକ ମାସରେ ମହିଳା ମାନଙ୍କ ଦ୍ବାରା କାର୍ତ୍ତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଫାଶି ଠାରେ ଅନୁଷ୍ଠିତ ହୋଇଛି କାର୍ତ୍ତିକ ମହୋତ୍ସବ। ମହୋତ୍ସବକୁ କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ କବିସୂର୍ଯ୍ୟ ଯୁବ ସଂଗଠନର ସଭାନେତ୍ରୀ ରଞ୍ଜିତା ସାହୁ ମଞ୍ଚାସୀନ ରହି ମହିଳାଙ୍କୁ ସଂଗଠିତ ରହିବାକୁ ଆହ୍ବାନ ଦେଇଥିଲେ। ଏକ ବର୍ଣ୍ଣାଢ୍ୟ ଢଙ୍ଗରେ ଶୋଭାଯାତ୍ରା ବାହାରି ଫାଶି ଗ୍ରାମ ପରିକ୍ରମା କରି ମହୋତ୍ସବର ସଭା ସ୍ଥଳରେ ପହଞ୍ଚିଥିଲେ ହଜାର ହଜାର ମହିଳା। ଉଦଘାଟକ ଏବଂ ମୁଖ୍ୟ ଅତିଥିକୁଂ ପାଛୋଟି ନେଇଥିଲେ ଗ୍ରାମବାସୀ। କାର୍ତ୍ତିକ ମାସର ଦାନ ପୂଣ୍ୟର ମହତ୍ତ୍ୱ ରହିଛି । ଏହି ମାସରେ ମହିଳା ମାନେ ମୁଖ୍ଯତଃ ହବିସ ପାଳନ କରିବା ସହ ସାତ୍ତ୍ବିକ ଭୋଜନ କରିଥାନ୍ତି। ତେବେ ଏତେ ସଂଖ୍ୟକ ମହିଳା ଏକତ୍ରିତ ହୋଇ ଫାଶି ଠାରେ କାର୍ତ୍ତିକ ମହୋତ୍ସବ ପାଳନ କରୁଥିବାରୁ ଉଦଘାଟକ ତଥା ମୁଖ୍ଯ ଅତିଥି ବେଶ୍ ଖୁସି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ମହିଳା ମାନଙ୍କୁ ସମ୍ମାନ ଦେବା ସହ ବିଭିନ୍ନ ଯୋଜନା କରି ମହିଳାଙ୍କୁ ଆଗକୁ ନେବାକୁ ପ୍ରୟାସ କରୁଥିବା କହିଥିଲେ ସୁନୀତା ପ୍ରଭା ସାହୁ। ଫାଶି ଠାରେ ଏତେ ସଂଖ୍ୟକ ମହିଳା ଏକତ୍ରୀତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଏକ ବିଶାଳ ଧର୍ମୀୟ ସମାବେଶ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ରଞ୍ଜିତା ସାହୁ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।