You are currently viewing ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଗହଙ୍ଗୁ ଗୀତା ପାଠଶାଳାକୁ ଉପ ସେବା କେନ୍ଦ୍ର ମାନ୍ୟତା,
ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଗହଙ୍ଗୁ ଗୀତା ପାଠଶାଳାକୁ ଉପ ସେବା କେନ୍ଦ୍ର ମାନ୍ୟତା,

ଆସିକା,୧୧/୮ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତି ଶକ୍ତି ଭବନର ଗହଙ୍ଗୁ ଗୀତା ପାଠଶାଳା କୁ ଇଶ୍ବରୀୟ ସେବାରେ ଉତ୍କର୍ଷ ହେତୁ ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ଆନ୍ତଃର୍ଜାତିୟ ମୁଖ୍ୟାଳୟ ମାଉଣ୍ଟ ଆବୁ ତରଫରୁ ଉପ ସେବା କେନ୍ଦ୍ର ମାନ୍ୟତା ପ୍ରଦାନ କରାଯାଇଛି l ଆଜି ଏହି ଉପଲକ୍ଷେ ଗହଙ୍ଗୁ ସ୍ଥିତ ଗୀତା ପାଠ ଶାଳା ରେ ଅୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ସୂଚନା ପ୍ରଦାନ କରିଛନ୍ତି ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ l ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ସବ୍ ଜୋନର ମୁଖ୍ୟ ପ୍ରଭାରୀ ରାଜ ଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି ଓ ସହ ପ୍ରଭାରୀ ରାଜ ଯୋଗିନୀ ବ୍ରହ୍ମାକୁମାରୀ ମାଳା ଦିଦି ସମସ୍ତ ଭଉଣୀ ଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

କାର୍ଯ୍ୟକ୍ରମରେ ଗହଙ୍ଗୁ ମଠର ମହନ୍ତ ରାଘବlନନ୍ଦ ଦାସ ଅତିଥି ରୂପେ ଯୋଗଦେଇ ଈଶ୍ୱରୀୟ ସେବାରେ ଉତ୍ସର୍ଗୀକୃତ ପ୍ରୟାସ ଜାରି ରଖିଥିବା ହେତୁ ସମସ୍ତ ଭଉଣୀ ଭାଇଙ୍କୁ ସାଧୁବାଦ ଜଣାଇଥିଲେ lକାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ସ୍ମିତା, ଲୀଳା, କସ୍ତୁରୀ, ନର୍ମଦା ଓ ବ୍ରହ୍ମାକୁମାର ଲକ୍ଷ୍ମଣ, ବନମାଳୀ, ସତ୍ୟପ୍ରିୟ ଆଦି ସହଯୋଗ କରିଥିଲେ