ରାଉରକେଲା,
ଇସ୍ପାତ ସହର ରାଉରକେଲାରେ ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ଆଜି ରାଉରକେଲା ପୋଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି।ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ରଙ୍କ ଅଧକ୍ଷତାରେ ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଏସପି,ଜୋନ ଡିଏସପି,ବିଭିନ୍ନ ଥାନା ର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ରାଉରକେଲା ମହାନଗର ନିଗମ ଓ ସେକ୍ଟର ଅଞ୍ଚଳ ୨୦/୨୫ଟି ରଥଯାତ୍ରା ଅନୁଷ୍ଠିତ ହେଉଛି।ସବୁ ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରିବ ସେ ଦିଗରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ନିଆଯାଇଛି।ଅପରାହ୍ନ ସାଢେ଼ ୩ଟା ରୁ ରଥଟଣା କାମ ଆରମ୍ଭ ହେବ।ସାଢେ଼ ୬ଟା ସୁଦ୍ଧା ସବୁ ମାଉସୀମା ମନ୍ଦିରରେ ଯେପରି ରଥ ପହଞ୍ଚିପରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,ଟ୍ରାଫିକ ସମସ୍ୟା ନ ହେବ ସେ ଦିଗରେ ଆଲଚନା ହୋଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ଏକ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ମୁତୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।ଚୋରା, ପକେଟ୍ ମାର,ଅସାମାଜିକ ତଥ୍ୟ ଓ ମଦ୍ୟପଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ଶ୍ରୀ ମହାପାତ୍ର କଡ଼ା ନିର୍ଦ୍ଧେଶ ଦେଇଛନ୍ତି।
