You are currently viewing ଦାଉଣୀ ଭୂଜଙ୍ଗେଶ୍ବର ପୀଠ ମହାଯଜ୍ଞ ପୂର୍ଣ୍ଣାହୁତି : ଯୋଗଦେଲେ ଯୋଗୀ ଦେବଦତ୍ତ
ଦାଉଣୀ ଭୂଜଙ୍ଗେଶ୍ବର ପୀଠ ମହାଯଜ୍ଞ ପୂର୍ଣ୍ଣାହୁତି : ଯୋଗଦେଲେ ଯୋଗୀ ଦେବଦତ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ଦାଉଣୀ ଗ୍ରାମ ଭୂଜଙ୍ଗେଶ୍ବର ମହାଦେବ ପୀଠରେ ଦୀର୍ଘ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ମହାଯଜ୍ଞ ବୁଧବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଅବସରରେ ଗତକାଲିି ଦିଗପହଣ୍ଡି ମାଁ ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଯୋଗୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏଥିସହ ସମାଜର କଲ୍ୟାଣ କାମନା କରିବା ସହ ବିଭିନ୍ନତା ଭିତରେ ଏକତା ରହି ସମାଜ ଭିତରେ ଭାଇଚାରା ସୃଷ୍ଟି କରି ରହିଥିବା ଅଶାନ୍ତି ବାତାବରଣକୁ ଦୁରକରି ଶାନ୍ତି ପ୍ରତିଷ୍ଠା ରକ୍ଷା କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଥିବା ଯୋଗୀ ମହାରାଜ ନିଜ ପ୍ରତିକ୍ରିୟାରେ ଉପଦେଶ ଦେବାସହ ଦୀପ ପ୍ରଜ୍ବଳନ କରି ଦିଗପହଣ୍ଡି ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନାର୍ଥେ ପ୍ରାର୍ଥନା କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା