ପୁରୁଷୋତ୍ତମପୁର ବ୍ଳକ ନିକଟ ଋଷିକୁଲ୍ୟା ନଦୀ ନିକଟ ରତ୍ନ ଗିରି ପାହାଡ଼ ରେ ବିରାଜିତ ମା ତାରା ତାରିଣୀ ଙ୍କ ଚୈତ୍ର ପାଳି ମଙ୍ଗଳ ବାର ଯାତ୍ରା ର 3ୟ ପାଳି ଯାତ୍ରା ରେ ସରସ୍ବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମା ତାରାତାରିଣୀ | ଆଜି ସକାଳ 3ଘଣ୍ଟ ପୂର୍ବରୁ ମାଙ୍କ ସବୁ ନୀତିକାନ୍ତି ସାରି ସାହାଣ ମେଲା କରି ଭକ୍ତଙ୍କୁ ଦର୍ଶନ ଦେଇ ସମସ୍ତଙ୍କୁ ଆଶିଷ ପ୍ରଦାନ କରିଥିଲେ ଦୁଈ ଭଉଣୀ | ତେବେ ଯାତ୍ରୀଙ୍କ ପାଇଁ ପ୍ରଶାସନ ତରଫରୁ , ଧାଡି ରେ ଯିବା ପାଇଁ ବେରିକେଟ, ପାନୀୟ ଜଳ ଯୋଗାଣ ଆଲୋକ ସୌନ୍ଦର୍ଯ୍ୟ କରଣ, ଟେଣ୍ଟ କରାଯାଇ ଯାତ୍ରୀଙ୍କୁ ଶୀତଳ ତା ପ୍ରଦାନ, ପ୍ରବଳ ଖରରୁ ଶାନ୍ତି ପାଇଁ ଫାୟାର ବିଭାଗ ଓ ସ୍ବେଛାସେବୀ ମାନଙ୍କ ଦ୍ୱାରା ଜଳ ସିଞ୍ଚନ, ପାହାଡ଼ ଉପରକୁ ଭକ୍ତ ଯିବାପାଇଁ ମନ୍ଦିର ତରଫରୁ ସ୍ୱତନ୍ତ୍ର ବସ ସେବା, ଓ ସମସ୍ତ ବ୍ୟବସ୍ତା କରାଯାଇଥିଲା |

ଆଜି ମାଙ୍କ ସେବାରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲା ପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା, ଓ ସବୁ ବିଭାଗର ଅଧିକାରୀ , କର୍ମଚାରୀ, ଉପସ୍ଥିତ ଥିଲେ | ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଛତ୍ରପୁର ଏସପି ଯଗ ମୋହନ ମିନା, ଅତିରିକ୍ତ ଏସପି ବିଜୟ କୁମାର ମଲିକ, ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରୀୟ ଅଧିକାରୀ ରଜନୀ କାନ୍ତ ସାମଲ, ଆଇ ଆଇସି ପ୍ରିୟସ ରଞ୍ଜନ ଛୋଟ ରାୟ, ଓ ସମସ୍ତ ଥାନା ର ଆଇ ଆଇ ସି, ଏସ ଆଇ , ଡ଼ିଏସପି ଓ 19 ପ୍ଲାଟୁନ ପୋଲିସ ଏବଂ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତି ରହି ଏହି ଯାତ୍ରା କୁ ସହଯୋଗ କରିଥିଲେ |

ଆଜି 3ୟ ପାଳିରେ ପ୍ରାୟ 5ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥିଲା | ଏହି ଯାତ୍ରା ରେ ସମସ୍ତ ସେବାୟତମାନେ ସମ୍ପୂର୍ଣ ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସେବାୟତ ସଭାପତି ତପନ କୁମାର ରଣା, ମୁଖ୍ୟ ପୂଜକ ବାପୁଜୀ ରଣା, ଜଗନ୍ନାଥ ରଣା ରାମଚନ୍ଦ୍ର ରଣା, ଦୁର୍ଗା ପ୍ରସାଦ ରଣା ମିଟୁ ରଣା , ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ରିପୋର୍ଟ:ପ୍ରସନ୍ନ କୁମାର ଦାସ

