ଗୋପାଳପୁର ୨୨/୧୦/୨୩
ନାରାୟଣପୁର ପଂଚାୟତ ସ୍ଥିତ ମନସୁରୁକୋଟା ଗ୍ରାମରେ ମା’ ଗଙ୍ଗେଇଶୁଣି ଶକ୍ତୀ ପୀଠରେ ଆଜି ଅଷ୍ଟମୀ ପୂଜା ପାଳିତ ହୋଇଛି l ଆଜି ଭୋର୍ ସକାଳୁ ନିତିକାନ୍ତି ଭାବେ ପୂଜାର୍ଚ୍ଚନା କରଯାଇ ୧୦୮ ବେଲପତ୍ର , ୧୦୮ ପଦ୍ମ ଫୁଲ, ୧୦୮ ମନ୍ଦାର ଫୁଲ ଅର୍ପଣ କରାଯାଇଥିଲା । ଦୃତ ଯଜ୍ଞ କରାଯାଇଥିଲା । ଆଜି ସନ୍ଧ୍ୟାରେ ସଂଧ୍ୟା ଆଳତୀ ଓ ପୁଷ୍ପାଞ୍ଜଳିରେ ସ୍ଥାନୀୟ ଏବଂ ଆଖପାଖ ଅଞ୍ଚଳର ବହୁ ଭକ୍ତ ମାଁଙ୍କୁ ଦର୍ଶନ କରିବା ସହ ଆଶିଷ ଗ୍ରହଣ କରିଥଲେ l ପୁରୋହିତ ଭାବେ ଶ୍ରୀ ଜଗନ୍ନାଥ ମିଶ୍ର, କର୍ତ୍ତା ଭାବେ ଏ.ଗଣପତି, ଭଗବାନ ଦାସ, ଏ.ଶ୍ୟାମଘନ ପୂଜାର୍ଚ୍ଚନାର ଦାୟିତ୍ଵ ତୁଲାଇଥିଲେ।
