ସାନଖେମୁଣ୍ଡି ୧୪/୮()ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଲିଙ୍ଗରାଜ ପଟ୍ଟନାୟକଙ୍କ ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁ ପରଲୋକ ହୋଇଯାଇଛି। ସ୍ବର୍ଗତ ଲିଙ୍ଗରାଜ ପଟ୍ଟନାୟକ ୧୯୬୩ ମସିହାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ଉଚ୍ଚ ବିଦ୍ୟାଳୟରେ ନିଜ ଶିକ୍ଷକତା ଜୀବନ ଆରମ୍ଭ କରି ହଜାର ହଜାର ଉତ୍ତମ ବିଦ୍ୟାର୍ଥୀ ସୃଷ୍ଟି କରିଥିଲେ। ସ୍ବର୍ଗତ ପଟ୍ଟନାୟକ ୧୯୯୩ ମସିହାରେ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଥିଲେ। ଶିକ୍ଷକତା ସହ ନିଜକୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ନିଜ ଗ୍ରାମ କଳରାପଦରର ବିକାଶ ସମେତ ଆଖପାଖ ବହୁ ପଞ୍ଚାୟତରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ବହୁ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ। ଦୁଃଖୀ ଗରିବ ଲୋକଙ୍କୁ ସେ ସାହାଯ୍ୟ ସହଯୋଗ କରି ଆସିବା ସହ ବହୁ ଗରୀବ ବିଦ୍ୟାର୍ଥୀଙ୍କୁ ନିଜେ ଖର୍ଚ୍ଚ କରି ପାଠ ପଢ଼ାଇଛନ୍ତି। ସ୍ବର୍ଗତ ପଟ୍ଟନାୟକ ବିଶିଷ୍ଟ ସାମ୍ବାଦିକ ତଥା ଓୟୁଜେ ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକଙ୍କ ବାପା ଅଟନ୍ତି। ମୃତ୍ୟୁ ସମୟରେ ବଡ଼ ପୁଅ ଅବସରପ୍ରାପ୍ତ ଇଞ୍ଜିନିଅର କାଳିପ୍ରସାଦ ପଟ୍ଟନାୟକ, ମଝିଆ ପୁଅ ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ପଟ୍ଟନାୟକ, ଅଧ୍ୟାପକ ସନ୍ତୋଷ ପଟ୍ଟନାୟକ, ଶିକ୍ଷକ ତଥା କୋରାପୁଟ ଜିଲ୍ଲା ଓଷ୍ଟା ସମ୍ପାଦକ ଅଶୋକ ପଟ୍ଟନାୟକ, ବୋହୁ ପଙ୍କଜିନୀ ପଟ୍ଟନାୟକ, ଲକ୍ଷ୍ମୀ ପଟ୍ଟନାୟକ, ପ୍ରଭାତୀ ପଟ୍ଟନାୟକ, ମିନତୀଵାଲା ପଟ୍ଟନାୟକ, ସମିତା ପଟ୍ଟନାୟକ, ରେଖା ପଟ୍ଟନାୟକ, ଝିଅ ଝୁନୁ ପଟ୍ଟନାୟକ, ସବିତା ପଟ୍ଟନାୟକ, ମମତା ପଟ୍ଟନାୟକ,ଜୋଇଁ ଅଶୋକ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଅମୀୟ ପଟ୍ଟନାୟକ ଏବଂ ସମସ୍ତ ନାତି ନାତୁଣୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଏବଂ ଗଞ୍ଜାମ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ପଟ୍ଟନାୟକଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ।
