You are currently viewing ସରସ୍ଵତି ଶିଶୁ ବିଦ୍ୟା ଭବନ ଠାରେ ୧୦୮ କୁଣ୍ଡିୟ ବୈଦିକ ବିଶ୍ଵ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ,
ସରସ୍ଵତି ଶିଶୁ ବିଦ୍ୟା ଭବନ ଠାରେ ୧୦୮ କୁଣ୍ଡିୟ ବୈଦିକ ବିଶ୍ଵ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ,

ଭଞ୍ଜନଗର, ୧୨/୧୧ ସ୍ଥାନୀୟ ସରସ୍ଵତି ଶିଶୁ ବିଦ୍ୟା ଭବନ ଠାରେ ୧୦୮ କୁଣ୍ଡିୟ ବୈଦିକ ବିଶ୍ଵ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଏହି ଯଜ୍ଞ ରେ ୧୦୮ ପରିବାର ଯଜମାନ ଭାବେ ଉପସ୍ଥିତ ରହି ଯଜ୍ଞ କୁଣ୍ଡ ରେ ମନ୍ତ୍ର ଉଚ୍ଚାରଣ ସହ ଆହୁତି ପ୍ରଦାନ କରିଥିଲେ।ଏହି ଘୃତ ଯଜ୍ଞ କୁ ହରିପୁର ଗୁରୁକୂଳ ର ଆଚାର୍ଯ୍ୟ ମାନେ ବେଦମନ୍ତ୍ର ପାଠ କରି ସୁଚାର ରୂପେ ପରିଚାଳିତ କରିଥିଲେ। ଡ.ସୁଦର୍ଶନ ଦେବ ଙ୍କ ତତ୍ୱା ବ୍ୟବଧାନ ରେ ଯଜ୍ଞ କାର୍ଯ୍ୟ ପରିଚାଳିତ ହୋଇଥିଲା।ଏଥିରେ ଆଚାର୍ଯ୍ୟ ଶ୍ରୁତି ପ୍ରୀୟ ଓ ଶିବାନନ୍ଦ ମହାରାଜ ସହୋଯୋଗ କରିଥିଲେ।ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଶହସ୍ର ଲୋକ ଅର୍ନ ପ୍ରସାଦ ସେବନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସରସ୍ଵତୀ ଶିଶୁ ବିଦ୍ୟା ଭବନ ର ଗୁରୁଜୀ ଗୁରୁମା ଏଵଂ ଅଭିଭାବକ ମାନେ ମଧ୍ୟ ସହିଯୋଗ କରିଥିଲେ। ଏହି ଯଜ୍ଞ କୁ ସରସ୍ଵତୀ ଶିଶୁ ବିଦ୍ୟା ଭବନ ର ପ୍ରତିଷ୍ଠାତା ଶ୍ରୀ ସୂର୍ଯୟନାରାୟଣ ପାତ୍ର,ସମାଜ ସେବୀ ଅବସର ପ୍ରାପ୍ତ ବନ କର୍ମଚାରୀ ଶ୍ରୀଯୁକ୍ତ ସୂଳ ପାଣି ଶତପଥୀ ଓ ଭି ଦେବିପ୍ରସାଦ ପାତ୍ର ଙ୍କ ସହୋଯୋଗ କର୍ମେ ସୁଚାର ରୂପେ ପରିଚାଳିତ ହୋଇ ଥିଲା।ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ର କାର୍ଯ୍ଯ କର୍ତ୍ତା ମୂରଲୀଧର ପଣ୍ଡା,ବଟକୃଷ୍ଣ ପଣ୍ଡା ଓ ସୁଧୀର କୁମାର ନାୟକ ଉପସ୍ଥିତ ରହି ମାଗଦର୍ଶନ କରିଥିଲେ।ବିଦ୍ୟା ଭବନ ପରିସର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସହ ବେଲଗୁଣ୍ଠା ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହ ହିନ୍ଦୁ ଧର୍ମ ର ବ୍ୟାପକ ପ୍ରଚାର ପ୍ରସାର ଓ ଭାରତୀୟ ସନାତନ ବାର୍ତ୍ତା କୁ ଲୋକ ଲୋଚନ ରେ ପହଞ୍ଚେଇ ପାରିଥିଲା।