ବ୍ରହ୍ମପୁର , ୧୧/୧୧/୨୦୨୩ -:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ଵର ଗ୍ରାମରେ ବହୁ ଆଡ଼ମ୍ବର ସହ ନବାଦିନାତ୍ମାକ ମାଁ ଶ୍ୟାମକାଳୀଙ୍କ ପୂଜା ଅର୍ଚନା କରିବାସହ ଗ୍ରାମକୁ ଆଲୋକିତ କରି ବହୁ ମେଢ଼ ଓ ମିନିବଜାର,ଦର୍ଶକଙ୍କୁ ଆକର୍ଷଣ କରିବାଲାଗି ବିଭିନ୍ନ ପ୍ରକାର ଦୋଳିର ଆୟୋଜନ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ଅର୍ଣ୍ଣ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା l ଏହି ପର୍ବ ଗତ ବର୍ଷରୁ ଆରମ୍ଭ କରାଯାଇଥିଲା l ବର୍ତମାନ ୨ବର୍ଷ ଧରି ଏହି ଉଛବ ପାଳନ କରି ଆସୁଥିବା ବେଳେ ୯ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିଅଛି ୪ ତାରିଖ ଆରମ୍ଭ ହୋଇ ୧୨ ତାରିଖରେ ଉଜାପନ ହେବ ବୋଲି ଗ୍ରାମବାସୀ କହଛନ୍ତି l ମାଁ ଶ୍ୟାମକାଳୀ ଦୀର୍ଘ ବର୍ଷ ଧରି ସିଦ୍ଧେଶ୍ଵର ଗ୍ରାମର ଏକ ଗୃହରେ ପୂଜା ପାଇ ଆସୁଛନ୍ତି l

ଗ୍ରାମବାସୀ ମାନେ ମାଁ ଙ୍କ ମନ୍ଦିର ନିର୍ମାଣ ଲାଗି ଏକତ୍ରିତ ହୋଇ ଏହି ଯାତ୍ରା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି l ଏହି ଯାତ୍ରାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ୨୦୨୪ ଉପନିର୍ବାଚନ ନିର୍ବାଚନକୁ ଆଖିଆଗରେ ରଖି ବହୁ ରାଜ ନେତେଙ୍କ ଗ୍ରାମକୁ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି l ଶୁକ୍ରବାର ସନ୍ଧ୍ୟାରେ କୁକୁଡାଖଣ୍ଡି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ସାକା ସୁଜିତ ସିଦ୍ଧେଶ୍ଵର ଗ୍ରାମକୁ ଯାଇ ମାଁ ଶ୍ୟାମକାଳୀ ଯାତ୍ରାରେ ଯୋଗ ଦେଇ ମାଁ ଙ୍କ ଆଶ୍ରିବାଦ ଗ୍ରହଣ କରି ଗ୍ରାମ ପରିକ୍ରମା କରିଥିଲେ l.

ଗ୍ରାମର ବହୁ ବୁଦ୍ଧିଜୀବୀ ଓ କଂଗ୍ରେସ କର୍ମୀ ମାନେ ବନମାଳୀ ଜେନା, ଗଦାଧର ଜେନା, ମନ୍ଦିର ସଭାପତି ଟୁକୁନା ପ୍ରଧାନ,ବୁଲୁ ଦୋରା,ନିଲୁ କିସର ସତପତି ,ଭଗବାନ ବିଷୋୟୀ,ପ୍ରଶାନ୍ତ ପାଣି,ଦିଲ୍ଲୀପ ପାତ୍ର,କୃଷ୍ଣ ସ୍ୱାଇଁ, ପ୍ରକାଶ ଗୌଡ଼,କାମରାଜ ଗୌଡ଼, ଯୋଗଦେଇ ବାଜା ବଜେଇ ଜୟ ଜୟକାର କରି ସୁଜିତଙ୍କୁ ସ୍ୱାଗତ କରିଥିଲେ l ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରତି ବ୍ଲକ ଓ ପଂଚାୟତ ଗ୍ରାମ ଗୁଡିକକୁ ବୁଲି ଲୋକଙ୍କ ସମସ୍ୟା ବୁଝି କଂଗ୍ରେସ ଦଳକୁ ସୁଦୃଢ କରିବାରେ ଲାଗିଛିନ୍ତି ସୁଜିତ l.

