You are currently viewing ଶ୍ରୀ ନୀଳକଣ୍ଠେଶ୍ଵର ନଟରାଜ ମହୋତ୍ସବ ମାର୍ଚ୍ଚ 8 ରେ…ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ,ଓଡିଶୀ ଓ ଲୋକନୃତ୍ୟ ର ପ୍ରଚାର ପ୍ରସାର ଆମ ଲକ୍ଷ୍ୟ।
ଶ୍ରୀ ନୀଳକଣ୍ଠେଶ୍ଵର ନଟରାଜ ମହୋତ୍ସବ ମାର୍ଚ୍ଚ 8 ରେ…ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ,ଓଡିଶୀ ଓ ଲୋକନୃତ୍ୟ ର ପ୍ରଚାର ପ୍ରସାର ଆମ ଲକ୍ଷ୍ୟ।

ବ୍ରହ୍ମପୁର,29/2: ପବିତ୍ର ମହାଶିବରାତ୍ରି ଅବସର ରେ ଶ୍ରୀ ନୀଳକଣ୍ଠେଶ୍ଵର ସେବା ପ୍ରତିଷ୍ଠାନ କମିଟି ପକ୍ଷରୁ ଲକ୍ଷ୍ୟ ନାଟ୍ୟଶାଳା ସହଯୋଗ ରେ ଆସନ୍ତା ମାର୍ଚ୍ଚ 8 ତାରିଖ ପୂର୍ବାହ୍ନ 11 ଟା ବେଳେ ନାଟରାଜ ମହୋତ୍ସବ 2024 ମନ୍ଦିର ପରିସର ରେ ଅନୁଷ୍ଠିତ ହେବ। ଏଥିରେ ପୁରୀ ଭୁବନେଶ୍ୱର ସମେତ ବ୍ରାହ୍ମପୁରର ବହୁ ବରିଷ୍ଠ ଓ କନିଷ୍ଠ ନୃତ୍ୟବିତ୍ତ ଏବଂ ସଂଗୀତଶିଳ୍ପୀ ଯୋଗ ଦେବେ। ବିଶେଷ କରି ପିଲାଙ୍କ ଭିତରେ ଆନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ସହ ଆମ ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ଏବଂ ଗଞ୍ଜାମ ର ବିଭିର୍ଣ୍ଣ ଲୋକ ନୃତ୍ୟ ର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ଯେ କୌଣସି ବୟସର ବ୍ୟକ୍ତିବିଶେଷ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ବିନା ଦେୟରେ ଯେ କୌଣସି ଭାଷାରେ ଭଜନ, ଓଡିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକ ପଦ୍ଧତିରେ ଗାୟନ ସହ କୁଚିପୁଡ଼ି, ଓଡିଶୀ, ଭରାତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ଓ ଭଜନ ଆଲବମ ରେ ନୃତ୍ୟ ପ୍ରଦର୍ଶନ, ଏହିଭଳି ଜଣେ ଶିଳ୍ପୀ ବାଦ୍ୟଯନ୍ତ୍ର ବିଚିତ୍ର ମଧ୍ୟ ପ୍ରଦର୍ଶନ କରିପାରିବ। ଏଥି ସହିତ, ଶ୍ରୀନୁ ଭାଇଙ୍କ ମାଜିକ ଶୋ, କବିତା ପାଠ, ଆଧ୍ୟାତ୍ମିକ ଚଳଚିତ୍ର ର ଶୋ ଏବଂ ଶିବରାତ୍ରି ଉପରେ ବିଶିଷ୍ଟ ବକ୍ତା ଙ୍କ ଉପରେ ଅଭିଭାଷଣ ସଜ୍ଜିତ ହୋଇ ରହିଛି। ଏହି ଅବସର ରେ କିଛି ବ୍ୟଜ୍ୟୋଷ୍ଠ ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟକ ଶିଳ୍ପୀଙ୍କୁ ମାନପତ୍ର ଓ ଗୁରୁଙ୍କୁ ଫଳକ ଦେଇ ସଂମ୍ମାନିତ କରାଯିବା ସକାଶେ ମାନସ୍ଥ କରାଯାଇଛି।
ସେହିଭଳି, ଶ୍ରୀ ନୀଳକଣ୍ଠେଶ୍ଵର ଙ୍କ ନୀତିକାନ୍ତି ଅନୁଯାୟୀ,8 ତାରିଖ ପ୍ରାତଃ 3.30ମି. ରେ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳଆରତୀ ଓ ରୁଦ୍ରାଭିଷେକ ସମପନ ହେବ, ତା ପରେ ପ୍ରାତଃ 4.30ମି ରେ ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା 5 ଟା ରେ ଦୃଷ୍ଟିହୀନ ବିଦ୍ୟାଳୟ ପକ୍ଷରୁ ଭଜନ ସମାରୋହ, ସନ୍ଧ୍ୟା 6.20 ମି ରୁ ରାତି 12.20 ମି ମଧ୍ୟରେ ସର୍ବସାଧାରଣ ଦ୍ବୀପ ପ୍ରଜ୍ଜଳନ, ରାତ୍ରି 12.40 ମି ରେ ଶୃଙ୍ଗାରବେଶ, ରୁଦ୍ରାଭିଷେକ ଓ ଆଳତି, ମଧ୍ୟରାତ୍ରି 1.20. ମି ରେ ମହାଦୀପ ପ୍ରଜ୍ଜଳନ ଓ ବେଢା ପରିକ୍ରମା ଏବଂ ମଧ୍ୟରାତ୍ରି 2.15 ମି. ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଆଜିର ସାମ୍ବାଦିକ ସମ୍ମିଳନୀରେ ସଭାପତି କାଳୀକିଙ୍କର ପାତ୍ର, କାର୍ଯ୍ୟକାରି ସଭାପତି ମୋହନ ଚରଣ ସ୍ୱାଇଁ, ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଉପ ସଭାପତି ୟୁ କମଳ କୁମାରୀ, ସମ୍ପାଦକ ଦେବାରାଜ ବେହେରା, ସହ ସମ୍ପାଦକ ସିଏଚ, ଶ୍ରୀ ନବାସ ରାଓ,, କୋଷାଧ୍ୟକ ଭୈରବ ସ୍ୱାଇଁ, କୃଷ୍ଣଚନ୍ଦ୍ର ସେନାପତି, ଲକ୍ଷ୍ୟ ର ସଭାପତି ମନୋଜ କୁମାର ସାମଲ, ଉପଦେଷ୍ଟା ନୀଳକଣ୍ଠ ସାହୁ, ସମ୍ପାଦକ ଲକ୍ଷ୍ମୀନାରାୟଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ।