ପୁରୀ,୧୨/୧୨- ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ଶୁକ୍ରବାର ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣୀ ମିତ୍ରସଂଘ କାର୍ଯ୍ଯାଳୟ ପରିସରରେ ବେଦପାଠ ଓ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଅରୁଣ କୁମାର ମିଶ୍ର ବେଦପାଠ ଓ ଗୀତାରେ ବିଚାରକ ଭାବେ ଉପସ୍ଥିତ ଥିଲେ । ସୋଲାଖିଆ ନିକଟସ୍ଥ ବେଦଭବନ ପାଠଶାଳା,ପାପୁଡିଆ ମଠ, ନିଗମାନନ୍ଦ ବେଦ ଶିକ୍ଷାକେନ୍ଦ୍ର ଓ ବିଭିନ୍ନ ବେଦ ବିଦ୍ଯାଳୟର ବେଦପାଠ ବିଦ୍ୟାର୍ଥୀ ମାନେ ବେଦପାଠ ଓ ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୁନିଅର ବେଦରେ ପ୍ରଥମ ରୁଦ୍ରପ୍ରସାଦ ରଥ,ଦ୍ବିତୀୟ ନାରାୟଣ ପାଢୀ, ତୃତୀୟ ଶୁଭମ ପାଢୀ ଓ ବେଦ ସିନିୟରରେ ଶୁଭ୍ରାଂଶୁ ଶେଖର ଦାଶ,ଦ୍ବିତୀୟ ସତ୍ଯଜିତ ପାଢୀ ଓ ସତ୍ଯରଞ୍ଜନ ତାଳଧି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗୀତାରେ ପ୍ରଥମ ଶୁଭ୍ରାଂଶୁ ଶେଖର ଦାଶ,ଦ୍ବିତୀୟ ସ୍ନେହାଶିଷ ଶୁକ୍ଲା ଓ ଗୁରୁପ୍ରସାଦ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକଙ୍କ ଦ୍ବାରା ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀ ସଭାପତି ସୁଵାସିନୀ ଶତପଥୀ, ସମ୍ପାଦକ ରାଜୀବ କୁମାର ମହାପାତ୍ର ସହ ସମ୍ପାଦକ ସସ୍ମିତା ଶତପଥୀ ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ପଣ୍ଡିତ ମୃତ୍ୟଞ୍ଜୟ ପାଣି ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ । ଜଗଜିତ୍ ବିଶୋଇ, ସ୍ମୃତିରଞ୍ଜନ ପାଲ, ଏସ ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ ।

